ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୩୩ ସପ୍ତାହର ଗର୍ଭବତୀ ମହିଳାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଜଣେ ୨୬ ବର୍ଷୀୟ ବିବାହିତ ମହିଳାଙ୍କ ୩୩ ସପ୍ତାହ ଅର୍ଥାତ ପ୍ରାୟ ୮ ମାସରୁ ଅଧିକ ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ ଡାକ୍ତରଙ୍କ ପରାମର୍ଶ ଆଧାରରେ ଏହି ମଞ୍ଜୁରୀ ଦେଇଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ମା’ଙ୍କ ନିଷ୍ପତ୍ତି ହିଁ ସର୍ବୋପରି ହେବ।
ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲର ଡାକ୍ତରଙ୍କ କମିଟି କହିଥିଲେ ଯେ, ଭ୍ରୁଣ ହଟାଇବା ସହଜ ନୁହେଁ, ଏହାପରେ ହାଇକୋର୍ଟ କିଛି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଭ୍ରୁଣ ହଟାଇବାର ନିର୍ଦେଶ ଦେଇଛନ୍ତି। ଆବେଦନରେ କୁହାଯାଇଛି ଗର୍ଭଧାରଣ ପରେ ଆବେଦନରେ ବହୁ ଅଲଟ୍ରାସାଉଣ୍ଡ କରାଯାଇଛି।
୧୨ ନଭେମ୍ବରରେ ଅଲଟ୍ରାସାଉଣ୍ଡର ଯାଞ୍ଚରେ ଜଣାପଡିଛି ଯେ, ମହିଳାଙ୍କ ଗର୍ଭରେ ଥିବା ଭୃଣ ସେରେବ୍ରଲ ଡିସ ଅର୍ଡର ବା ମସ୍ତିଷ୍କ ବିକୃତି ରହିଛି। ଆବେଦନକାରୀ ମହିଳା ଅଲଟ୍ରାସାଉଣ୍ଡ ଟେଷ୍ଟ ବିଷୟରେ ଜାଣିବାକୁ ୧୪ ନଭେମ୍ବରରେ ଅଲଟ୍ରାସାଉଣ୍ଡରେ କରି ଯାଞ୍ଚ କରିଥିଲେ। ସେଥିରେ ଭୃଣରେ ମସ୍ତିଷ୍କ ବିକୃତି ଥିବାର ଜଣାପଡିଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ବମ୍ବେ ହାଇକୋର୍ଟ ଓ କୋଲକାତା ହାଇକୋର୍ଟଙ୍କ ଏକ ରାୟକୁ ଉଦୃତ କରି କହିଥିଲେ ଯେ, ଏମଟିପି ଆକ୍ଟର ଧାରା ୩(୨)(ବି) ଓ ୩(୨)(ଡି) ଅନୁସାରେ ଭୃଣ ହଟାଇବାକୁ ଅନୁମତି ଦେଇହେବ।
