ଦୁର୍ଘଟଣା ପୀଡ଼ିତ ମେଡିକାଲ୍ ରେ, କଟକ ଭୁବନେଶ୍ୱର ମେୟର ସିଙ୍ଗାପୁରରେ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଗତ ୨ ତାରିଖ କାଳ ରାତିର ଭୟାନକ ଦୃଶ୍ୟକୁ ଏ ଯାଏଁ ରାଜ୍ୟବାସୀ ଭୁଲିପାରୁ ନାହାନ୍ତି। ଦୁର୍ଘଟଣା ପୀଡ଼ିତଙ୍କ ସହାୟତାପାଇଁ ଦଳ ମତ ନିର୍ବିଶେଷରେ ପୁରା ରାଜ୍ୟ ଏକ ହୋଇ ଲଢିଥିଲା। ଏହାରି ଭିତରେ କେତେକ ଗୁରୁତ୍ବପୂର୍ଣ ପଦବୀରେ ଥିବା ବ୍ୟକ୍ତିଂକର ଅନୁପସ୍ଥିତିକୁ ନେଇ ରାଜନୈତିକ ସ୍ଥରରେ ଚର୍ଚ୍ଚା ଜୋରସୋରରେ ଆରମ୍ଭ ହୋଇଯାଇଛି।

ଏକବିଂଶ ଶତାବ୍ଦୀର ଏଭଳି ଭୟଂକର ଟ୍ରେନ ଦୁର୍ଘଟଣା ବେଳେ କଟକ ମହାନଗର ନିଗମର ମେୟର ସୁବାଷ ସିଂ ଏବଂ ଭୁବନେଶ୍ବର ମେୟର ସୁଲୋଚନା ଦାସ କୁଆଡେ ଗାଏବ ହୋଇଗଲେ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ଦୁର୍ଘଟଣାରେ ଆହତ ଶତାଧିକ ଯାତ୍ରୀ ଓ ତାଙ୍କ ପରିଜନ କଟକ ଓ ଭୁବନେଶ୍ବରରେ ପଡି ରହିଥିବା ବେଳେ କଟକ ମେୟର ସୁବାଷ ସିଂ ଓ ବିଏମସି ମେୟର ସୁଲୋଚନା ଦାସଙ୍କ ଦେଖା ନଥିଲା ବୋଲି ଅଭିଯୋଗ ହୋଇଛି।
ସୁବାଶ ସିଂ ଓ ସୁଲୋଚନା ଦାସ ସରକାରୀ ପ୍ରାୟୋଜକିତାରେ ସିଂଗାପୁରରେ ବୁଲୁଥିଲେ ବୋଲି କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ସୁବାଷ ଓ ସୁଲୋଚନା ସରକାରୀ ପଇସାରେ ସିଂଗାପୁରରେ ଛୁଟି ମନାଉଥିଲେ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହଁ ମାନସ ଚୌଧୁରୀ ଏହି ପ୍ରସଂଗ ଉପରେ ଗୋଟିଏ ଭିଡିଓ କରି ସୁବାଷ ଓ ସୁଲୋତନାଂକୁ କଟୁ ସମାଲୋଚନା ମଧ୍ୟ କରିଛନ୍ତି।

୨ ତାରିଖ ସଂଧ୍ୟାରେ ବାହାନଗାଠାରେ ଟ୍ରେନ ଦୁର୍ଘଟଣା ହେଲା ରାତାରାତି କଟକ ଭୁବନେଶ୍ବରକୁ ଶହ ଶହ ପିଡୀତଂକୁ ବୁହାଗଲା ମାତ୍ର ତା ପରଦିନ ଅର୍ଥାତ ୩ ତାରିଖ ସକାଳେ ସୁବାଷ ଓ ସୁଲୋଚନା କିଛି ନ ଜାଣିବା ଭଳି ପ୍ଲେନ୍ ରେ ବସି ସିଂଗାପୁର ଖସିଗଲେ ବୋଲି କଂଗ୍ରେସ ନେତା ମାନସ ଅଭିଯୋଗ ଆଣିଛନ୍ତି।

୨ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କଲେ ଯେ ସେ ୩ ତାରିଖ ସକାଳେ ବାହାନଗା ଯିବେ ବୋଲି। ତା ପରେ ପରେ ଖବର ଆସିଲା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାହାନଗା ଆସୁଛନ୍ତି ବୋଲି, ଅର୍ଥାତ ଏହିଥିରୁ ସୁବାଷ ଓ ସୁଲୋଚନା ବୁଝିଯିବାକଥା ଯେ ଘଟଣା କେତେ ସାଂଘାତିକ ଓ ସଂବେଦନଶୀଳ। ତା ସତ୍ତ୍ୱେ ସୁବାଷ ଓ ସୁଲୋଚନା ଯେଭଳି ସରକାରୀ ସହାୟତାରେ ସିଂଗାପୁର ଖସିଗଲେ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମାନସ ସମାଲୋଚନା କରିଛନ୍ତି । ମାନସ କହିଛନ୍ତି ଯଦି ଦୁଇ ମେୟରଂକ ପାଖରେ ମାନବିକତା ଓ ସମ୍ବେଦନଶୀଳତା ଥାନ୍ତା ତେବେ ଏମାନେ ସିଂଗାପୁର ବୁଲା ଗସ୍ତକୁ ବାତିଲ କରି ନିଜେ ନିଜର ହେଡକ୍ବାର୍ଟରରେ ଉପସ୍ଥିଚ ରହି ପିଡୀତଂକ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତାକାର୍ଯ୍ୟ ତଦାରଖ କରିପାରିଥାନ୍ତେ।

Related Posts