ଭଦ୍ରକ ପୌରାଞ୍ଚଳରେ ଲାଗିଲା ୧୪୪ ଧାରା

ରାଜ୍ୟରେ ଆଜି ପୌର ନିର୍ବାଚନ ଲାଗି ଚାଲିଛି ଭୋଟ ଗଣତି । ସକାଳ 8 ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ, କିନ୍ତୁ ଭଦ୍ରକରେ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି ରହିବ ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି ।

ସେହିପରି ବିଜୟ ଶୋଭାଯାତ୍ର ଉପରେ ମଧ୍ୟ କଟକଣା ଲାଗିଛି । ୫ ଜଣ ଲୋକ ଏକାଠି କୌଣସି ସ୍ଥାନରେ ଠିଅ ହୋଇପାରିବେନାହିଁ । ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ ।

ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ରହିଛି । ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଯାତାୟାତ କରିବ ।

ସୂଚନାଯୋଗ୍ୟ, ପୂର୍ବରୁ ଭଦ୍ରକ ସହରରେ ଅନେକ ଥର ବିଭିନ୍ନ କାରଣରୁ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଛି । ଭୋଟ ଗଣତି ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Related Posts