ରାଜନୈତିକ ସୁବିଧାବାଦୀଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ନୁହଁ; କାଶ୍ମୀର ଫାଇଲ୍ସକୁ ନେଇ କ୍ରେଜିୱାଲ ମନ୍ତବ୍ୟ ଦେବା ପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଫିଲ୍ମଟି ସୁପରହିଟ ହୋଇଥିବାବେଳେ ବର୍ତ୍ତମାନ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ତେବେ ବଲିଉଡ ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ଉପରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କେଜ୍ରିୱାଲଙ୍କୁ ରାଜନୈତିକ ସୁବିଧାବାଦୀ ବୋଲି କହିଛନ୍ତି। କେଜ୍ରିୱାଲଙ୍କ ମନ୍ତବ୍ୟକୁ ‘ପ୍ରତିଶୋଧପରାୟଣ’ ବୋଲି କହି ଆସାମ ସିଏମ କହିଛନ୍ତି ଯେ ରାଜନୈତିକ ସୁବିଧାବାଦୀଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ନୁହେଁ।

ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ଦ କାଶ୍ମୀର ଫାଇଲର ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଅପଲୋଡ୍ କରିପାରିବେ ଯାହା ଦ୍ୱାରା ସମସ୍ତେ ଏହି ଫିଲ୍ମଟିକୁ ଫ୍ରିରେ ଦେଖିପାରିବେ ଏବଂ ଏହା ଟ୍ୟାକ୍ସ ଫ୍ରି ହୋଇଯିବ ବୋଲି ରାଜ୍ୟସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ । ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା ଉଭୟ ଦଳର ନେତାଙ୍କ ମଧ୍ୟରେ ବୟାନ ବାଜି । ଏହା ମଧ୍ୟରେ ଏପରି ବୟାନ ଦେଇ କେଜ୍ରିୱାଲ ସମାଲୋଚନାର ଶିକାର ହୋଇଥିଲେ ।

କାହିିଁକିନା ସିଏମ୍ ୨୦୧୬ ରେ ନିଲ୍ ବ୍ୟାଟର୍ ସାନ୍ନାଟା ଏବଂ ୨୦୧୯ ରେ ସାଣ୍ଡ୍ କି ଆଙ୍କ୍କୁ ଟିକସମୁକ୍ତ କରିଛନ୍ତି। ନିକଟରେ ରାଜଧାନୀରେ ‘୮୩’ କୁ ମଧ୍ୟ ଟିକସ ମୁକ୍ତ କରାଯାଇଥିଲା। କେବଳ ଏତିକି ନୁହେଁ ବରଂ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ମୁଁ ‘୮୩’ ଟ୍ୟାକ୍ସମୁକ୍ତ କରିବାକୁ ସ୍ୱାଗତ କରୁଛି କିନ୍ତୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ୟୁଟ୍ୟୁବରେ ଏହି ଫିଲ୍ମଟିକୁ ଅପଲୋଡ କରିବାକୁ ଅରବିନ୍ଦ କେଜ୍ରିୱାଲ ଜି’ରେ ରଖିବାକୁ କାହିଁକି କହି ନାହାଁନ୍ତି? ବୋଧହୁଏ ହିନ୍ଦୁମାନଙ୍କ ଦୁଃଖକୁ ଚିତ୍ର କରୁଥିବା ଲୋକଙ୍କ ପାଇଁ ଆପଣଙ୍କର ପ୍ରତିଶୋଧପରାୟଣ ମନ୍ତବ୍ୟ ସଂରକ୍ଷିତ ଅଛି। ଅବଶ୍ୟ ଏପରି ଆଚରଣ ଜଣେ ରାଜନୈତିକ ସୁବିଧାବାଦୀରୁ ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି । ହିମନ୍ତ ଶର୍ମାଙ୍କ ବୟାନ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।

Related Posts