ଭୁବନେଶ୍ୱରରେ ପୁଣି ମାକ୍ସ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଏବେ କରୋନା ର ଦୈନିକ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଫଳରେ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ନିୟମ ପୁଣି ଥରେ କଡାକଡି ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ପୁଣି ଲାଗିଲା କରୋନା କଟକଣା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ କଟକଣା ବଢ଼ାଇଛି । ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତା ପାଇଁ ବିଏମ୍‌ସି କମିଶନର୍‌ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।

ସପିଙ୍ଗ୍ ମଲ୍‌ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ବାହାର କୌଣସି ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

Related Posts