ବଲାଙ୍ଗିରରେ ଅଘଟଣ: ଆକାଶ ରୁ ଖସିଲା ମୃତ୍ୟୁ, ବିଲରେ ଟଳି ପଡ଼ିଲେ ଦୁଇ ଜଣ ମହିଳା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବୁଡ଼ାବାହାଲ ଗାଁରେ ଅଘଟଣ । ଚାଷ କାମ କରୁଥିବା ସମୟରେ ବଜ୍ରାଘାତ ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳା ଦ୍ୱୟ ହେଲେ ଗାଁର ଲକ୍ଷ୍ମୀ ଖମାରୀ ଓ ଅସଲି ଚନ୍ଦନ। ଦୁହେଁ ଆଜି ଦିନ ପ୍ରାୟ ୨ଟା ବେଳେ ଜମିରେ କାମ କରୁଥିବା ବେଳେ ଘଡ଼ଘଡ଼ି ମାରିବା ସହ ବର୍ଷା ହୋଇଥିଲା। ଏହା ପରେ ଦୁଇ ଜଣଙ୍କ ଉପରେ ହୋଇଥିଲା ବଜ୍ରାଘାତ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଲକ୍ଷ୍ମୀ ଓ ଅସଲିଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ। ତେବେ ହସପିଟାଲରେ ପହଞ୍ଚିଲା ବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ।

ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ମୃତଦେହ ଦିଆଯିବ। ଉଭୟ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ।

Related Posts