ମହାରାଷ୍ଟ୍ର ରାଜନୀତି: ମୁଖ୍ୟମନ୍ତ୍ରୀ ଭାବେ ଏକାନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ ନେଲେ ଶପଥ

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରୀ ରହିଥିବା ରାଜନୈତିକ ମହାସଂକଟ ଉପରେ ପୂର୍ନେଛେଦ ପଡ଼ିଛି । ମହାରାଷ୍ଟ୍ର କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି। ସେହିପରି ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନବିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ। ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜେ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ ଚାହୁଁଥିବା କହିଥିଲେ।

ପାଞ୍ଚ ବର୍ଷ ଯାଏଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଅନ୍ୟପଟେ ସିନ୍ଦେଙ୍କ ସମର୍ଥକ ମଧ୍ୟ ନାରାବାଜି କରିଥିଲେ।

ଶପଥ ଗ୍ରହଣ ସମୟରେ ଏକନାଥ ସିନ୍ଦେଙ୍କ ପୁରା ପରିବାର ରାଜଭବନରେ ଉପସ୍ଥିତ ଥିଲା। ତେବେ ଶପଥ ଗ୍ରହଣ ସମାରୋହରେ ଶିବସେନାର ବିଦ୍ରୋହୀ ବିଧାୟକ ଉପସ୍ଥିତ ନଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୋଆର ହୋଟେଲରେ ଅଛନ୍ତି। ତେବେ ଶପଥ ଗ୍ରହଣ ସମୟରେ ହୋଟେଲରେ ଉତ୍ସବ ମନାଇଥିଲେ ।

Related Posts