ବିହାରରେ ବିଷାକ୍ତ ମଦ ପିଇ ପୁଣି ୬ ଜଣ ଜୀବନ ହାରିଲେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାରରେ ବିଷାକ୍ତ ମଦ ପିଇ ପୁଣି ୬ ଜଣ ଜୀବନ ହାରିଲେ । ସାରଣ ଜିଲ୍ଲାର ତରୈୟା ଗ୍ରାମରେ ବିଷାକ୍ତ ମଦ ପଇ ୬ ଜଣଙ୍କ ମୃତ୍ୟୁ ପରେ ସରକାରଙ୍କୁ ବିରୋଧୀଦଳମାନେ ଟାର୍ଗେଟ କରିଛନ୍ତି । ଏହି ମୃତ୍ୟୁ ମାମଲାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଓ ଗ୍ରାମବାସୀମାନେ ବିଷାକ୍ତ ମଦ କାରଣରୁ ମୃତ୍ୟୁ ହୋଇଥିବା କଥା କହୁଥିବା ବେଳେ ପୋଲିସ କିନ୍ତୁ ଏହା ମାନିବାକୁ ନାରାଜ । ପୋଲିସ କହୁଛି କି ପଣଷ ଓ ଭାତ ଖାଇ ଏମାନଙ୍କର ମୃତ୍ୟୁ ହୋଇଛି । ସେପଟେ ମୃତ ୬ ଜଣଙ୍କ ମଧ୍ୟରୁ ପୋଲିସ କେବଳ ଜଣଙ୍କର ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇଥିଲା ।

ଏହି ସମୟରେ ମୃତକଙ୍କ ପରିଜନମାନେ ଗଣମାଧ୍ୟମ ଆଗରେ କହିଥିଲେ କି ବିଷାକ୍ତ ମଦ ପିଇବା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଛି । ହେଲେ ଯେତେବେଳେ ପୋଲିସର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ପଚାରିଥିଲେ ସେମାନେ ବୟାନ ବଦଳାଇ ଦେଇଥିଲେ । ପୁଣି ଏବେ ମୃତକଙ୍କ ପରିଜନମାନେ କହିଛନ୍ତି କି ସେମାନେ ପୋଲିସର ଚାପ ଫଳରେ ବୟାନ ବଦଳାଇଥିଲେ । ହେଲେ ମୃତ ୬ ଜଣ ଯାକ ମଦ ପିଇବା ପରେ ମୃତ୍ୟୁ ବରଣ କରିଥିବା କଥା ପୁଣି ଗଣମାଧ୍ୟମ ଆଗରେ ସେମାନେ କହିଛନ୍ତି । ଏହାସହ ଏବେ ପ୍ରଶାସନ ଓ ମଦ ମାଫିଆମାନେ ମିଳିମିଶି ମୃତକଙ୍କ ପରିବାରକୁ ଧମକ ଦେଉଥିବା କଥା ସେମାନେ ଅଭିଯୋଗ କରିଛନ୍ତି ।

Related Posts