ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ୍ ଉପହାର ଦେଲେ ସ୍ପେନ ରାଣୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ୍ ଉପହାର ଦେଲେ ସ୍ପେନ ରାଣୀ । ଏଥିସହ ୟୁକ୍ରେନକୁ ବିଜୟ ନିମନ୍ତେ ସେ ପାରମ୍ପରିକ ଶୁଭେଚ୍ଛା ପୋଷ୍ଟକାର୍ଡ ମଧ୍ୟ ପଠାଇଛନ୍ତି। ରୁଷ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନକୁ ଏହା ବଳ ଯୋଗାଇବ ବୋଲି ସେ ଏଥିରେ ଉଲ୍ଲେଖ କରିଥିବା ଶନିବାର ଖବର ପ୍ରକାଶ ପାଇଛି। ଏନେଇ ହୋଇଥିବା ଏକ ଟୁଇଟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ତେଣେ ଆମେରିକା ୟୁକ୍ରେନକୁ ୩୩ ଅରବ ଡଲାର ସହାୟତା କରିବା ନିମେନ୍ତ ପଦେକ୍ଷପ ନେଇଛି। ଏଥିସହ ସମସ୍ତ ପ୍ରକାର ସାମରିକ, ସାମାଜିକ ସହାୟତା କରିବ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି। ହେଲେ ତେଣେ ମାରିୟୁପୁଲ ପୋର୍ଟ ଉପରେ କବ୍ଜା ହରାଇବା ପରେ ୟୁକ୍ରେନର ସମସ୍ୟା ଆହୁରି ବଢ଼ିଯାଇଛି। ଯୁଦ୍ଧକୁ ୬୬ ଦିନ ପୂରିଥିଲେ ହେଁ ଏହା ଥମିବାର ନାଁ ଧରୁନି। ଗୋଟାଏ ପଟେ ଲୋକ ଘର ଛାଡୁଛନ୍ତି ତ ଅନ୍ୟପଟେ ଯୁଦ୍ଧ ଲଢ଼ୁଥିବା ସୈନ୍ୟ ପ୍ରାଣ ହରାଇ ଚାଲିଛନ୍ତି।

Related Posts