ଭାରତରେ ହିନ୍ଦୁମାନେ ବର୍ଷବଷଁ ଧରି ଆପୋଷ ବୁଝାମଣା କରିଆସୁଛନ୍ତି; ବର୍ତ୍ତମାନ ଏହା ବନ୍ଦ ହେବା ଆବଶ୍ୟକ: ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ‘ହିନ୍ଦୁ-ମୁସଲମାନ’ ବିଷୟରେ ପୁଣି ଥରେ ବିତର୍କ ଚାଲିଛି। ବିଶେଷକରି ଲାଉଡସ୍ପିକର ବିବାଦ ଓ ରାମନବମୀରେ ଘଟିଥିବା ହିଂସାକାଣ୍ଡ ପରେ ସାରା ଦେଶରେ ଉଭୟ ସମ୍ପଦାୟକୁ ନେଇ ବତର୍କ ଆରମ୍ଭ ହୋଇଛି । ଏହା ମଧ୍ୟରେ ଲାଉଡ ସ୍ପିକରକୁ ହଟାଇବା ଏବଂ ଆଜାନ ସମୟରେ ହନୁମାନ ଚଲିସା ପଢ଼ିବା ନେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ଭାରତରେ ହିନ୍ଦୁମାନେ ବର୍ଷ ବର୍ଷ ଧରି ଆପୋଷ ବୁଝାମଣା କରୁଛନ୍ତି ଏବଂ ଏହି ଜିନିଷଗୁଡ଼ିକ ବର୍ତ୍ତମାନ ବନ୍ଦ ହେବା ଉଚିତ୍ ବୋଲି କହିଛନ୍ତି । ଏହା ସହ ମାଇସୋର ହିନ୍ଦୁ ଫୋରମକୁ ସମ୍ବୋଧିତ କରି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ୨୧ ବର୍ଷ ମଧ୍ୟରେ ଇଜିପ୍ଟ ଏକ ସମ୍ପୂର୍ଣ୍ଣ ମୁସଲମାନ ଦେଶ ହୋଇପାରିଛି।

ଇରାକ ଏକ ମୁସଲମାନ ଦେଶ ହେଲା। ସେ କହିଥିଲେ ଯେ ୫୦ ବର୍ଷ ମଧ୍ୟରେ ୟୁରୋପ ଖ୍ରୀଷ୍ଟିଆନ ହୋଇଗଲା। ମାଇସୋର ହିନ୍ଦୁ ଫୋରମକୁ ସମ୍ବୋଧିତ କରି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ହଜାର ହଜାର ବର୍ଷ ଧରି ଲଢ଼ିବା ପରେ ଆମେ ଭାରତରେ ୮୦ ପ୍ରତିଶତ ଅଟୁ। ଏସବୁକୁ ନେଇ ଦୁଇଟି ମତ ରହିବା ଉଚିତ ନୁହେଁ । କାହିଁକିନା ଆମେରିକାରେ ରହୁଥିବା ଭାରତୀୟମାନେ ମଧ୍ୟ ହିନ୍ଦୁ ପର୍ବ ପାଳନ କରନ୍ତି ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଭାରତରେ ହିନ୍ଦୁ ବର୍ଷ ବର୍ଷ ଧରି ଆପୋଷ ବୁଝାମଣା କରିଆସୁଛି, କିନ୍ତୁ ଏହି ଜିନିଷଗୁଡ଼ିକ ବର୍ତ୍ତମାନ ବନ୍ଦ ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts