ପୂର୍ବ ଦିଲ୍ଲୀରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା ଘଟଣା: ବନ୍ଧା ହେଲେ 4 ଅଭିଯୁକ୍ତ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ମୟୂର ବିହାରରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଲେ ଅଭିଯୁକ୍ତ। ଏହି ହତ୍ୟା ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଂକୁ ଗିରଫ କରିଛି ।

ଗିରଫ ଚାରି ଅଭିଯୁକ୍ତ ହେଉଛନ୍ତି ଗୌରବ, ରାଜା, ବିଟୁ ଏବଂ ସୌରଭ କାଟାରିଆ । ସୂଚନାନୁସାରେ, ଏପ୍ରିଲ ୨୦ ତାରିଖ ଦିନ ସନ୍ଧ୍ୟା ସମୟରେ ବିଜେପି ନେତା ଜିତୁ ଚୌଧୁରୀ ମୟୂର ବିହାର ଫେଜ 3ରେ ଘର ବାହାରେ ଠିଆ ହୋଇଥିବା ବେଳେ ବାଇକରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଗାଜିପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ୫୦୦ ସିସିଟିଭି ଫୁଟେଜ ଯାଞ୍ଚ କରି ୪ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଥିଲା ।

ତେବେ କାହିଁକି ତାଂକୁ ହତ୍ୟା କର ଯାଇଥିଲା ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Related Posts