ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ! ଅଧିକ ଚିକିତ୍ସା ପାଇଁ ଗଲେ ଆମେରିକା

ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଖରାପ ଅଛି । ଏନେଇ ସେ ନିଜର ସ୍ବାସ୍ଥ୍ୟର ଅଧିକ ଚିକିତ୍ସା ପାଇଁ ଆଜି (ରବିବାର) ଆମେରିକା ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୋର୍‌ ୪.୩୦ ମିନିଟ ସମୟରେ ଥିରୁଅନନ୍ତପୁରମ ବିମାନ ବନ୍ଦରରୁ ନିଜ ସ୍ତ୍ରୀ କାମଲା ଓ ବ୍ୟକ୍ତିଗତ ସଚିବ ଙ୍କ ସହ ଆମେରିକା ଯାଇଛନ୍ତି । ତେବେ, ସେଠାରେ ସେ ମିନେସୋଟା ସ୍ଥିତ ମାୟୋ କ୍ଲିନିକ୍ରେ ଚିକିତ୍ସା ହେବେ ବୋଲି ସୂଚନା ମିଳିଛି ।

ତେବେ, ସେ ସେଠାରୁ ମେ ୧୫ ତାରିଖରେ ଫେରିବା ନେଇ କାର୍ଯ୍ୟସୂଚୀ ରହିଛି । କିନ୍ତୁ ତାଙ୍କର ଆମେରିକା ଯାତ୍ରା ପୂର୍ବରୁ ସେ କାହାରିକୁ କୈଣସି ଦାୟିତ୍ବ ଦେଇ ନାହାଁନ୍ତି । ତେବେ ଆସନ୍ତା ୨୭ରେ ବସିବ କେରଳ କ୍ୟାବିନେଟ ବୈଠକ । ଏଥିରେ ସେ ଭିସି ଯୋଗେ ଯୋଡି ହେବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ପିନାରାଇ ୨୦୧୮ରେ ଆମେରିକା ଯାଇ ମାୟୋ କ୍ଲିନିକରେ ଚିକିତ୍ସିତ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଆମେରିକା ଯାଇଥିଲେ । ଏବେ ପୁଣି ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ନେଇ ଆମେରିକା ଗସ୍ତରେ ଥିବା ସୂଚନା ମିଳିଛି ।

Related Posts