କାଶ୍ମୀରରେ ପୁଣି ଥରେ ଧାରା-370 ପୁନଃଲାଗୁ ନହେବା ପର୍ଯ୍ୟନ୍ତ ସମାଧାନର ରାସ୍ତା ଅସମ୍ଭବ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହଓ୍ବାଜ ସିରଫ । ପୁଣି ଥରେ କାଶ୍ମୀରରେ ଧାରା-370 ପୁନଃଲାଗୁ କରନ୍ତୁ ଭାରତ ସରକାର । 2019 ମସିହା ଅଗଷ୍ଟ 5ରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପର ପ୍ରତ୍ୟାହାର ବିନା ସମାଧାନର ରସ୍ତା ସ୍ପଷ୍ଟ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଜି ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସରିଫ ସିଧା କାଶ୍ମୀର ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି ।

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାକିସ୍ତାନ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ସରିଫ । ନିଜ ପ୍ରଥମ ସମ୍ବୋଧନରେ ଭାରତ ପାକିସ୍ତାନ ସମ୍ପର୍କ ଓ କାଶ୍ମୀର ବିବାଦର ସାମାଧାନକୁ ଗୁରୁତ୍ବ ଦେଇଛନ୍ତି ସରିଫ । କେବଳ ଦକ୍ଷିଣ ଏସିଆ ନୁହେଁ, ସମଗ୍ର ଏସିଆ ମହାଦେଶରେ ଶାନ୍ତି ବଜାୟ ରଖିବାକୁୁ ହେଲେ, ଭାରତ କାଶ୍ମୀର ପ୍ରସଙ୍ଗରେ 2019 ଅଗଷ୍ଟ 5 ତାରିଖରେ ନେଇଥିବା ବେଆଇନ ପଦକ୍ଷେପର ପ୍ରତ୍ୟାହାର ଉପରେ ଚିନ୍ତା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।ଉଚ୍ଛେଦ ହୋଇଥିବା ଧାରା ପୁନଃଲାଗୁ କରିବା ପରେ କଥାବାର୍ତ୍ତା ମାଧ୍ୟମରେ ହିଁ କାଶ୍ମୀର ପ୍ରସଙ୍ଗର ସାମାଧାନ ସମ୍ଭବ ବୋଲି ସରିଫ କହିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଲାଗି ରହିଥିବା ବିବାଦରେ ଆମ ପରପିଢି କାହିଁକ ସାମ୍ନା କରିବେ । ସୀମାର ଉଭୟ ପାଖରେ ଥିବା ଗରିବୀ ହଟାଇବା ଦିଗରେ ଦୁଇ ଦେଶର ସରକାର କାର୍ଯ୍ୟକ୍ରମ ନେବାକୁ ସମୟ ଆସିଛି ବୋଲି ସରିଫ ନିଜ ସମ୍ବୋଧନରେ କହିଛନ୍ତି ।

ସ୍ବାଧୀନତା ପର ଠାରୁ ଦୁଇ ଦେଶ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ନେଇ ବିବାଦ ଲାଗି ରହିଥିବା ବେଳେ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପାକିସ୍ତାନ ଗ୍ରହଣ କରିବାକୁ ନାରାଜ । କାଶ୍ମୀରରେ ଆତଙ୍କବାଦ ସୃଷ୍ଟି କରି ନିୟମିତ ଅସ୍ଥିରତା ସୃଷ୍ଟି କରିବା ପ୍ରୟାସରେ ଲାଗିଥିବା ପାକିସ୍ତାନକୁ 2019 ଅଗଷ୍ଟ 5 ରେ ବଡ ଝଟକା ଦେଇଥିଲା ଭାରତ ସରକାର । କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା-370 ଓ ଅନୁଚ୍ଛେଦ 35 (କ) ପ୍ରତ୍ୟାହାର କରି ରାଜ୍ୟ ବଦଳରେ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା ।ଯାହାକୁ ନେଇ ପାକିସ୍ତାନ ଏକାଧିକ ଫୋରମରେ ଆପତ୍ତି ଉଠାଇ ଚାଲିଛି । ସେହିକ୍ରମରେ ନୂତନ ଭାବେ ପାକିସ୍ତାନର ଶାସନ କମାଣ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ମଧ୍ୟ ସେହି ପୂର୍ବ ପ୍ରଚଳିତ ଧାରାକୁ ଆପଣାଇବା ଆରମ୍ଭ କରିଛନ୍ତି ।

Related Posts