ରାଜଧାନୀ ଦିଲ୍ଲୀରେ ପୁଣି ମୁଣ୍ଡ ଟେକିଲା ମହାମାରୀ କରୋନା

ନୂଆଦିଲ୍ଲୀ: ବଢୁଥିବା ସଂକ୍ରମଣରେ ବ୍ରେକ ଲାଗିବା ପରେ ଦେଶ ବାସୀଙ୍କୁ ଅସ୍ବସ୍ତି ମିଳିଛି | ଦେଶରେ ଲଗାତାର ଭାବେ କମିବାରେ ଲାଗିଛି ସଂକ୍ରମଣ | କିନ୍ତୁ ଏହି ଅସ୍ବସ୍ତି ମଧ୍ୟରେ ରାଜଧାନୀ ଦ୍ୱୀଳିରୁ ଆସିଛି ଏକ ଚିନ୍ତା ବଢ଼ାଇଲା ପରି ଖବର | ପୁଣି ଥରେ ଦେଶରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ବେଶ କିଛି ଦିନର ବ୍ରେକ୍‌ ପରେ ପୁଣି ଉପର ମୁହାଁ ହେବାକୁ ଲାଗିଛି ଏହି ମାରାତ୍ମକ ଭାଇରସ। ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପୁଣି କଡ ଲେଉଟାଇଛି। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ଦିନ ଦିଲ୍ଲୀରେ ୪୬୧ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୧୫ ପରଠାରୁ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା। ସେହିପରି ରାଜଧାନୀରେ ୫୧ ଦିନ ପରେ କରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୬୨ରେ ପହଞ୍ଚି ଯାଇଛି। ଯଦି ଆଗକୁ ଏହି ମାମଲା ଆହୁରି ବଢ଼େ ତେବେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ସମ୍ଭାବନା ରହିଛି।

ରାଜଧାନୀ ଦିଲ୍ଲୀରେ କରୋନାର ସକ୍ରିୟ ମାମଲା ଏପ୍ରିଲ ୧୧ ତାରିଖରୁ ଲଗାତର ବଢ଼ିଚାଲିଛି। ଦିଲ୍ଲୀରେ କରୋନା ସକ୍ରିୟ ମାମଲା ସଂଖ୍ୟା ମୁମ୍ବାଇ ତୁଳନାରେ ତିନି ଗୁଣ ଅଧିକ ରହିଛି। ସେହିପରି ମେଟ୍ରୋ ସହର ବେଙ୍ଗାଳୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୬୩ ରେକର୍ଡ କରାଯାଇଛି।

ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୧୫୦ଟି କରୋନାର ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟା ୧୧,୫୫୮ ରହିଛି। ସେପଟେ ଦିଲ୍ଲୀ ରେ ବଢୁଥିବା ସଂକ୍ରମଣକୁ ନେଇ ଚର୍ତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖା ଦେଇଛି |

Related Posts