
ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ସେଠାର ଫସୀରହିଥିବା ଭାରତୀୟଙ୍କୁ ନେଇ ଚିନ୍ତା ରେ ସରକାର । ସେପଟେ ପ୍ରଥମ ପର୍ଯ୍ୟାୟ ରେ 2 ଶହ 19 ଜଣଙ୍କୁ ନେଇ ଉଡାଣ ଭରିଛି ବିମାନ । ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଏକ ସ୍ବତନ୍ତ୍ର ବିମାନରେ ଫେରୁଛନ୍ତି । ତେବେ ରୋମାନିଆ ଦେଇ ପ୍ରଥମ ବିମାନ ଆଜି ମୁମ୍ବାଇରେ ପହଞ୍ଚିବ ।
ଏପଟେ ଭାରତୀୟଙ୍କ ଫେରିବା ନେଇ ମୁମ୍ବାଇ ଏୟାରପୋର୍ଟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କରିଡର ହୋଇଛି । ତେବେ ୟୁକ୍ରେନରୁ ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସ୍ବତନ୍ତ୍ର କରିଡର କରାଯାଇଛି । ଏଥିରେ ଏୟାରପୋର୍ଟର କିଛି ନିର୍ଦ୍ଧଷ୍ଟ ସ୍ଥାନକୁ ବନ୍ଦ କରାଯାଇ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରାଯାଇଛି ।
ଅନ୍ୟପଟେ ଆଜି ରାତି ୮ଟା ସମୟରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟ ଛାତ୍ରଛାତ୍ରା ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖପାତ୍ର କହିଛନ୍ତି । ତେବେ ଏହି ବିମାନଟି ରୋମାନିଆ ସୀମା ଦେଇ ମୁମ୍ବାଇରେ ଆସି ପହଞ୍ଚିବ । ସେହିପରି ଆସୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କ ପାଇଁ ସରକାର ଏବଂ ବିମାନବନ୍ଦର ସ୍ବାସ୍ଥ୍ୟ ସଂଗଠନ କୋଭିଡ ନିୟମ ଅନୁଯାୟୀ ତାପମାତ୍ରା ଯାଞ୍ଚ କରାଯିବ ।