ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୭୯ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ସାରା ରାଜ୍ୟରେ ୭୯ ପ୍ରତିଶତ ମତଦାନ ହୋଇଥିବାବେଳେ ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ, ବରଗଡରେ ୮୪ ପ୍ରତିଶତ, ଅନୁଗୁଳରେ ୭୭.୭୫ ପ୍ରତିଶତ, ବାଲେଶ୍ୱରରେ ୭୮ ପ୍ରତିଶତ, ବଲାଙ୍ଗୀରରେ ୮୨.୨ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ, କଟକରେ ୮୦.୬୪ ପ୍ରତିଶତ, ଢେଙ୍କାନାଳରେ ୮୦.୫୯ ପ୍ରତିଶତ, ଗଜପତିରେ ୮୨.୧୭ ପ୍ରତିଶତ, ଗଞ୍ଜାମରେ ୬୫.୨ ପ୍ରତିଶତ, ଜଗତସିଂହପୁରରେ ୮୧ ପ୍ରତିଶତ ମତଦାନ ହୋଇଛି ।
ଯାଜପୁରରେ ୭୩ ପ୍ରତିଶତ, କଳାହାଣ୍ଡିରେ ୮୦ ପ୍ରତିଶତ, କନ୍ଧମାଳ ଓ ଖୋର୍ଦ୍ଧାରେ ୭୪ ପ୍ରତିଶତ, କେନ୍ଦ୍ରାପଡା ଓ କେଉଁଝରରେ ୭୭ ପ୍ରତିଶତ, କୋରାପୁଟରେ ୮୨ ପ୍ରତିଶତ, ମାଲକାନଗିରିରେ ୭୪ ପ୍ରତିଶତ, ମୟୁରଭଞ୍ଜରେ ୭୫ ପ୍ରତିଶତ, ନବରଙ୍ଗପୁରରେ ୮୩ ପ୍ରତିଶତ ମତଦାନ ହୋଇଛି ।
