
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେତେ ସୁରକ୍ଷିତ ଷ୍ଟ୍ରଙ୍ଗରୁମ? ଏହାକୁ ସନ୍ଦେହ କରି ଷ୍ଟ୍ରଙ୍ଗ ରୁମ ଆଗରେ ଟେଣ୍ଟ ମାରି ରାତି ସାରା ଜଗିରହିଲେ କଂଗ୍ରେସ ପ୍ରାର୍ଥୀ ଓ ସମର୍ଥକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଵାଲିଆପାଳରେ । ସେପଟେ ବାଲେଶ୍ୱର ବାଲିଆପାଳ ବ୍ଲକରେ ଚଳିତ ପଂଚାୟତ ନିର୍ବାଚନରେ ବିଶେଷତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ଅନ୍ୟପଟେ ୪ଟି ପର୍ଯ୍ୟାୟ ନିର୍ବାଚନ ସରି ଯାଇଥିବା ବେଳେ କଂଗ୍ରେସକୁ ଭୋଟ ବାକ୍ସ ଅଦଳବଦଳ ଭୟ ଘାରିଛି । ଶାସକ ବିଜେଡି ନିଜ ବିଜୟ ପାଇଁ ପ୍ରଶାସନ ଏବଂ ପୋଲିସକୁ ଧରି କିଛି ବି କରିପାରେ , ଏପରି ଆଶଙ୍କାରେ ରହିଛନ୍ତି କଂଗ୍ରେସ ପାର୍ଥି ଏବଂସମର୍ଥକ ।
ତେଣୁ ଭୋଟ ସରିବା ଦିନରୁ ଭୋଟ ବାକ୍ସ ଥିବା ଷ୍ଟ୍ରଙ୍ଗରୁମ ଆଗରେ ରାତି ଉଜାଗର ହେଇ ପଇଁତରା ଦେଉଛନ୍ତି କଂଗ୍ରେସ ପାର୍ଥୀ ଏବଂ ସମର୍ଥକ । ଏମିତି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବ୍ଳକର ୪ଟି ଜିଲ୍ଲା ପରିଷଦ, ୨୮ଟି ସରପଞ୍ଚ ଏବଂ ୨୮ଟି ସମିତିସଭ୍ୟ ସହ ୩୮୯ଟି ୱାର୍ଡର ନିର୍ବାଚନ ଗତ ୧୮ ତାରିଖରେ ଵାଲିଆପାଳ ସରିଯାଇଛି । ନିର୍ବାଚନ ସରିବାପରେ ସମସ୍ତ ଭୋଟ ବାକ୍ସ ସିଲ୍ ହୋଇ ଵାଲିଆପାଳ ପଞ୍ଚାୟତ ଅଫିସରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରହିଛି । ସେହିଦିନ ରାତିରୁ କଂଗ୍ରେସ ପାର୍ଥୀ, ଏବଂ ସମର୍ଥକ ମାନେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଟେଣ୍ଟ ମାରି ପହରା ଦେଉଛନ୍ତି ।