ପଞ୍ଚାୟତ ଇଲେକ୍ସନ; ସ୍ତ୍ରୀ ସରପଞ୍ଚ ବେଳେ ସ୍ୱାମୀ ସମିତି ସଭ୍ୟ ପ୍ରାର୍ଥୀ; ଏକାଠି ସାଇକେଲରେ ବୁଲି କରୁଛନ୍ତି ପ୍ରଚାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଦଳମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଲେଣି । ସେପଟେ ପ୍ରାର୍ଥୀମାନେ ଭୋଟ ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ନିଆରା ପ୍ରଚାର । ମୀ ସମିତି ସଭ୍ୟ ପ୍ରାର୍ଥୀ, ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ । ସାଇକେଲରେ ବୁଲିବୁଲି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ ।

ପଞ୍ଚାୟତ ଅଧିନରେ ଥିବା ୧୦ ଟି ଓ୍ବାର୍ଡ, ୭ଖଣ୍ଡ ଗାଁ ବୁଲି ପ୍ରଚାର କରୁଛନ୍ତି । ସ୍ବାମୀ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସରପଞ୍ଚ ପ୍ରାର୍ଥି ହୋଇ ନିଜ ପଞ୍ଚାୟତରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚାଳ ଛପର ଘରେ ରହୁଥିବା ସ୍ୱାମୀ ଅର୍ଥ ଅଭାବରୁ ନିଜ ନିଜ ଚିହ୍ନର ମାତ୍ର ଗୋଟିଏ ପୋଷ୍ଟର କରିଛନ୍ତି । ତାହାକୁ ସାଇକେଲ ଆଗରେ ରଖି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ନିବେଦନ କରୁଛନ୍ତି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts