(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କେତେବେଳେ କମୁଛି ତ ପୁଣି କେତେବେଳେ ବଢ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୪୩୩୮ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୭ ଜଣ ପଜିଟିଭ ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୧, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକ ୭୧, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୧୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, କୋରାପୁଟରୁ ୧୧, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଟ୍ ପୁଲ୍ ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୪୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୭୦୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୯୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୬୬୪୦୭୪ ସାମ୍ପୁଲ ଟେଷ୍ଟ୍ ହୋଇଛି।