ଲୋକସଭାରେ ଦେଶରେ ମୋବାଇଲ ନେଟୱାର୍କ ନଥିବା ଗାଁ ସଂଖ୍ୟାର ତଥ୍ୟ ରଖିଲେ ସରକାର: ଆଗରେ ଓଡ଼ିଶା

ଦେଶର କେଉଁ କେଉଁ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ | କୋଉଠି ଏହାର ସଂଖ୍ୟା କମ | ଏନେଇ ସବିଶେଷ ତଥ୍ୟ ବୁଧବାର ଲୋକସଭାରେ ରଖିଛନ୍ତି ସରକାର | ଦେଶର ପ୍ରାୟ ୨୫ ହଜାର ୬୭ଟି ଗାଁକୁ ମୋବାଇଲ ନେଟୱାର୍କ ନଥିବା କହିଛନ୍ତି | ୨୦୧୧ ଜନଗଣନା ଅନୁସାରେ ଥିବା ଗାଁ ଓ ବସ୍ତିର ହିସାବକୁ ନେଇ ସରକାର ଏହି ତଥ୍ୟ ଦେଇଛନ୍ତିି । ତେବେ ଓଡ଼ିଶାରେ ମୋବାଇଲ ନେଟୱାର୍କ ନଥିବା ଗାଁ ସଂଖ୍ୟା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି ।

ଓଡ଼ିଶାର ପାଖାପାଖି ୬ହଜାର ୯୯ଟି ଗାଁକୁ ମୋବାଇଲ ନେଟୱାର୍କ୍ ନଥିବା ଲୋକସଭାବେ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି । ସାଂସଦ ସୁନୀଲ କୁମାରଙ୍କ ପ୍ରଶ୍ନର ଉତର ଦେଇ ସରକାର ଏଭଳି ତଥ୍ୟ ରଖିଛନ୍ତି । ଓଡ଼ିଶା ପଛକୁ ରହିଛି ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ । ଏହି ରାଜ୍ୟରେ ୨ହଜାର ୬୧୨ଟି ଗାଁରେ ନାହିଁ ମୋବାଇଲ ସଂଯୋଗ । ଏହା ପଛକୁ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟରେ ୨ହଜାର ୩୨୮ଟି ଗାଁ ବିନା ମୋବାଇଲ ସଂଯୋଗରେ ରହିଛି ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋବାଇଲ ନେଟୱାର୍କ ନଥିବା ନେଇ ଓଡ଼ିଶା ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

Related Posts