ରାମ ଜନ୍ମଭୂମି ଅଞ୍ଚଳରେ ମଦ-ମାଂସ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମ ଜନ୍ମଭୂମି ଅଞ୍ଚଳରେ ମଦ-ମାଂସ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ । ଏହା ସହ ପରିବେଶର ଏବଂ ପାହାଡ଼ର ସୁରକ୍ଷା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ ପ୍ରାରମ୍ଭିକ ଚେତାବନୀ ଏବଂ ଆବେଦନ ପରେ, ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ମଙ୍ଗଳବାର ଦିନ ଆସ୍ଥାନା ମଣ୍ଡପାମରେ ତିରୁମାଲାର ଦୋକାନୀ ଏବଂ ଭୋଜନ ମାଲିକଙ୍କ ସହ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ତିରୁମାଲାକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି କୁହାଯାଇଥିଲା।

ଏବେ ଏହି ନିଷେଧାଦେଶର ପ୍ରଭାବଶାଳୀ କାର୍ୟ୍ୟାନ୍ୱୟନ ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ ଦୋକାନ ମାଲିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ୟୁପିର ଅବକାରୀ ବିଭାଗ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି, ରାମ ଜନ୍ମଭୂମି କ୍ଷେତ୍ରରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରାଯାଇଛି । ସନ୍ଥ ସମାଜ ଧାର୍ମିକସ୍ଥଳୀର ଆଖପାଖରେ ମଦ ଓ ମାଂସର ବିକ୍ରି ଉପରେ ପୂରା ରୋକ ଲଗାଇବା ପାଇଁ ଆବେଦନ କରିଥିଲେ । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରା ଯୋଗୀ ଆଦିତ୍ୟନାଥ ମଥୁରା-ବୃନ୍ଦାବନ କ୍ଷେତ୍ରରେ ମାଂସ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆଦେଶ ଦେଇସାରିଛନ୍ତି ।

Related Posts