ସରିଲା ପୌରାଞ୍ଚଳ ନିର୍ବାଚନ ଭୋଟ ଗଣତି, ୭୩ ପୌରାଧ୍ୟକ୍ଷ ପଦ ହାତେଇଲା ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌରାଞ୍ଚଳ ନିର୍ବାଚନ ଭୋଟ ଗଣତି ରାଜ୍ୟର ସମସ୍ତ ଜିଲ୍ଲାରେ ସରିଛି । ଏନେଇ ମୁଖ୍ୟନିର୍ବାଚନ କମିଶନ୍ଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୭୩ଟି ପୌରାଧ୍ୟକ୍ଷ ପଦବୀରେ ବିଜୟ ଲାଭ କରିଛି ବିଜେଡି । ୧୬ଟି ପୌରାଧ୍ୟକ୍ଷ ପଦ ହାତେଇଛି ବିଜେପି ।

ସେହିପରି କଂଗ୍ରେସକୁ ୭ଟି ପୌରାଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ୯ଟି ବିଜୟୀ ହୋଇଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡି ଦଳ ବାଜି ମାରିଛି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts