ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସି ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା । ସୁଲୋଚନା ଦାସ ହେଲେ ଭୁବନେଶ୍ବରର ନୂଆ ମେୟର । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥିନୀ ସୁଲୋଚନା ୧୭୪୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ତଥା ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ସୁନୀତି ମୁଣ୍ଡଙ୍କୁ ୧୧୩୪୧୯ ଖଣ୍ଡ ଭୋଟ୍ ମିଳିଛି।
ତେବେ ବିଏମ୍ସି ମେୟର ପାଇଁ ନିର୍ବାଚନ ଳଢ଼ିଥିବା କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ୟ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି। ସେ ତୃତୀୟ ସ୍ଥାନରେ ରହିଛନ୍ତି। ମେୟର ପ୍ରାର୍ଥୀଙ୍କୁ ବାଦ୍ ଦେଲେ ରାଜଧାନୀର ଅଧିକାଂଶ ୱାଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ବିଜୟୀ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।