ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ପାଇଁ ଟ୍ରେନରେ ଯାତ୍ରା କଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ପାଇଁ ଟ୍ରେନରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର ସାରାଇ ରୋହିଲା ଷ୍ଟେସନରୁ ଚେତକ ଏକ୍ସପ୍ରେସକୁ ଯାଇ ଦଳର ନବ ସଙ୍କଳ୍ପ ଚିନ୍ତନ ଶିବୀର -୨୦୨୨’ ପାଇଁ ଉଦୟପୁର ଅଭିମୁଖେ ଯାତ୍ରା କରିଛନ୍ତି। ଷ୍ଟେସନରେ ଗାନ୍ଧୀ ଏକ ପୋର୍ଟର୍ସ ଆସୋସିଏସନ ପ୍ରତିନିଧିଙ୍କୁ ଭେଟି ଥିବାର ଦେଖିବାକୁ ମିଳିଛି । ସେପଟେ ନବ ସଙ୍କଳ୍ପ ଚିନ୍ତନ ଶିବିର-୨୦୨୨’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଚିନ୍ତାଧାରାର ପ୍ରଗତିଶୀଳ ଉତ୍ତର ଆବିଷ୍କାର କରିବା। ଜାତୀୟ ରାଜଧାନୀ ରେଳ ଷ୍ଟେସନରେ ଦଳର ନେତାଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଆସନ୍ତା ୧୩ ତାରିଖରୁ ରାଜସ୍ଥାନର ଉଦୟପୁରରେ କଂଗ୍ରେସ ତିନି ଦିନିଆ ଚିନ୍ତନ ଶିବିର ଆୟୋଜନ କରିବ।

ଦଳର ଭବିଷ୍ୟତକୁ ପୁନର୍ଜୀବିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏକାଠି ହେବେ। କଂଗ୍ରେସ ନେତାମାନେ ରାଜନୈତିକ, ଅର୍ଥନୈତିକ, ଚାଷ, ଯୁବକ ଏବଂ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହି ଶିବିରରେ କଂଗ୍ରେସର ୪୦୦ରୁ ଅଧିକ କଂଗ୍ରେସ ନେତା ଅଂଶଗ୍ରହଣ କରିବେ । ଅନ୍ୟପଟେ ମେୱାର ଏକ୍ସପ୍ରେସରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ନେତାଙ୍କ ପାଇଁ ଦୁଇଟି କୋଚ ଆଗୁଆ ପ୍ରସ୍ତୁତ କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts