ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ଏନସିପି

ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଅନେକ ରାଜ୍ୟ ମାନଙ୍କରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଅନେକ ଦଳ ତାଙ୍କର ରଣନୀତି ପ୍ରସ୍ତୁତ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ରାଜନୀତିକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ବଡ଼ ଘୋଷଣା କରିଛନ୍ତି । ତେବେ ଉତ୍ତରପ୍ରଦେଶରେ ଦଳ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ଅନ୍ୟ କେତେକ ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରିବ। କାହିଁକିନା ଉତ୍ତରପ୍ରଦେଶର ଜନତା ପରିବର୍ତ୍ତନ ଚାହୁଁଛନ୍ତି ।

ଆଉ ଏହି ପରିବର୍ତ୍ତନ ଆଗାମୀ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଏନସିପି ନେତା ଶରଦ ପାୱାର କହିଛନ୍ତି । କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଏନସିପି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଶରଦ ପାୱର ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେପଟେ ମୁମ୍ବାଇର ଏନସିପି ମୁଖ୍ୟାଳୟରେ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ନେତା ସିରାଜ ମେହେନ୍ଦୀ ପାୱାରଙ୍କ ଉପସ୍ଥିତିରେ ପାର୍ଟିରେ ପ୍ରବେଶ କରିଥିଲେ। ଏହି ଅବସରରେ ପାୱାର ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ତେବେ ମଣିପୁରରେ ଆମର ଚାରିଜଣ ବସିଥିବା ବିଧାୟକ ଅଛନ୍ତି। କଂଗ୍ରେସ ଏବଂ ଏନସିପି ବର୍ତ୍ତମାନ ପାଞ୍ଚଟି ଆସନରେ ଲଢ଼ିବେ ।

ଗୋଆରେ କଂଗ୍ରେସ, ଟିଏମସି ଏବଂ ଏନସିପିର ଆଲୋଚନା ଚାଲିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉପରେ ଏକ ଅନ୍ତିମ ନିଷ୍ପତ୍ତି ନିଆଯିବ । ୟୁପିରେ, ଏନସିପି, ଏସପି ଏବଂ ଛୋଟ ଦଳ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି ବୋଲି ପାୱାର କହିଛନ୍ତି। ଶରଦ ପାୱର ଏପରି କରି ଭାରତୀୟ ଜନତା ପାର୍ଟିକୁ ହରାଇବାକୁ ପାୱାର ମହାରାଷ୍ଟ୍ର ଭଳି ଗୋଆରେ ମହାବିକାଶ ଅଘାଡି ଭଳି ମେଣ୍ଟ ଗଢ଼ିବାକୁ ଚେଷ୍ଟା ଚଳାଇଛନ୍ତି । ପାୱାର ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭଳି ଆହୁରି ୧୩ ବିଧାୟକ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେବେ । ବର୍ତ୍ତମାନ ଦେଖିବାର ବିଷୟ ଏନସିବି ନେତାଙ୍କ ରଣନୀତି କେତେ କାର୍ଯ୍ୟକାରୀ ହୋଇପାରୁଛି ।

Related Posts