ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଅଘଟଣ: ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ:କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଛି ଅଘଟଣ | ଏଲ୍‌ଏଲ୍‌ବି ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବେକରେ ଫାଶି ଲଗାଇ ହଷ୍ଟେଲରେ ପ୍ରାଣ ତ୍ୟାଗ କରିଥିବା ସୂଚନା ମିଳିଛି | ଛାତ୍ରୀ ଜଣକ ଏଲ୍‌ଏଲ୍‌ବି ଦ୍ୱିତୀୟ ବର୍ଷର ଛାତ୍ରୀ ଏବଂ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି । ଗତକାଲି ରାତି ପ୍ରାୟ ୮ଟା ୩୦ ସମୟରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ । ସୂଚନା ପାଇ ମାର୍ଫତନଗର ଫେଜ-୨ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କ ମୃତ ଦେହ ଉଦ୍ଧାର କରିଥିଲା । ତାଙ୍କୁ ତୁରନ୍ତ ଏସସିବି ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ପଠାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ପଠାଯାଇଛି। ତାଙ୍କ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

କଲେଜ ରେଜିଷ୍ଟ୍ରାର ମହାବିଦ୍ୟାଳୟର ପ୍ରଫେସର ଛାତ୍ରମାନଙ୍କୁ ଇ-ମେଲ ମାଧ୍ୟମରେ ଆଜି କ୍ଲାସଗୁଡିକ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି। ସେପଟେ ଛାତ୍ରୀଙ୍କ ଆତ୍ମହତ୍ୟା କୁ ନେଇ କଲେଜ ପରିସରରେ ଉତେଜେନା ପ୍ରକାଶ ପାଇଛି |

Related Posts