ପୋଷ୍ଟ ବ୍ରାଇଡାଲ ଫଟୋ ସୁଟ୍ ବେଳେ ଅଘଟଣ: ନଦୀର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଲେ ନବବଧୂ

କେରଳ: ବିବାହକୁ ନେଇ ପ୍ରତେକ ପୁଅ ଓ ଝିଅଙ୍କ କିଛି ନ କିଛି ସ୍ବପ୍ନ ରହିଥାଏ | ନିଜ ଜୀବନର ଏହି ବିଶେଷ ମୁହୂର୍ତକୁ ସାରାଜୀବନ ପାଇଁ ସ୍ମରଣୀୟ କରି ରଖିବା ପାଇଁ ଇଛା ପ୍ରକାଶ କରିଥାନ୍ତି | ସେ ନିଜ ବିବାହ ର ପିନ୍ଧିବା ପୋଷାକ ହେଉ ଅବା ବିବାହର ସ୍ଥାନ | ନିଜ ଇଛା ଓ ନିଜ ପସନ୍ଦର ସବୁ କିଛି କରିଥାନ୍ତି | ତେବେ ଏବେ ଏହି ଯୁବପିଢିଙ୍କ ମଧ୍ୟରେ ବାହାଘରକୁ ସ୍ମରଣୀୟ କରିବାକୁ ପ୍ରି ବ୍ରାଇଡାଲ ଫଟୋ ସୁଟ୍ ହେଉ କି ପୋଷ୍ଟ ବ୍ରାଇଡାଲ ଫଟୋ ସୁଟ୍ କୁ ନେଇ ବେଶ ଉତ୍ସାହ | କିଛି ନୂଆ କରିବା ପାଇଁ ନବ ଦମ୍ପତ୍ତିଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଝୁଙ୍କ ଦେଖାଯାଉଛି । ଏଥିପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାନ୍ତିନାହିଁ । ଏଥିରେ ସେମାନଙ୍କର ଥାଏ ଅପାର ଖୁସି । ହେଲେ ଏହି ଖୁସି ଯେ କାହାପାଇଁ କାଳ ହୋଇଯିବ କାହାକୁ ଜଣାନଥାଏ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଥିରୁଅନନ୍ତପୁରମରେ ।

ସୂଚନା ଅନୁସାରେ, କେରଳର କୋଜିକୋଡେ ନିକଟ କୁଟିଆଡି ଇଲାକାରେ ବିବାହ ପରେ ଫଟୋ ସୁଟ କରୁଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି ନବବଧୂ । କଥା ହେଉଛି ଫଟୋସୁଟ ବେଳେ ଉଭୟଙ୍କ ଗୋଡ ଖସିଯାଇଥିଲା । ଫଳରେ ଦୁହେଁ ଗଭୀର ନଦୀରେ ଭାସିଯାଇଥିଲେ । ହେଲେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ନବବଧୂ ରଜିଲଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତାଙ୍କ ସ୍ୱାମୀ ଏବେବି ଗୁରୁତର ଥିବା ଜଣାପଡିଛି । ମାର୍ଚ୍ଚ ୧୪ ତାରିଖରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଏବଂ ବିବାହ ପରବର୍ତ୍ତୀ ଫଟୋ ସୁଟ୍ ପାଇଁ ଏକ ନଦୀ ପାଖକୁ ଯାଇଥିଲେ । ସେପଟେ ଏହି ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

Related Posts