ଏପ୍ରିଲ ୧୭ରେ ପଡିବ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ହାତ ଗଣ୍ଠି: ସାମ୍ନାକୁ ଆସିଲା ବିବାହ ଉତ୍ସବର ସମସ୍ତ ତାରିଖ

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଅନ୍ୟତମ ପ୍ରସିଦ୍ଧ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ | ଉଭୟଙ୍କ ବିବାହ କୁ ନେଇ କିଛି ଦିନ ହେବ ଚର୍ଚା ଜୋର ଧରିଥିବା ବେଳେ, ଏବେ ବିବାହ ଉତ୍ସବ ର ତାରିଖ ସାମ୍ଙ୍କୁ ଆସିଛି | ଚାରି ବର୍ଷ ଧରି ଡେଟିଂ ପରେ ପରସ୍ପରକୁ ବୁଝିବ ଓ ଭଲ ପାଇବା ପରେ ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭଟ୍ଟ ପରିବାର ଏବଂ କପୁର ପରିବାରରେ ଶାହନା ବାଜିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଛି। କିନ୍ତୁ ଉଭୟ ପରିବାର ଏପର୍ଯ୍ୟନ୍ତ ଚୁପ୍ ଅଛନ୍ତି। କୌଣସି ପ୍ରକାରର ଘୋଷଣା କରି ନାହାନ୍ତି।

ନିକଟରେ ବିବାହ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ଖବର ହେଉଛି ଏପ୍ରିଲ ୧୩ରୁ ବିବାହ ରୀତିନୀତି ଆରମ୍ଭ ହେବ। ଯେଉଁଥିପାଇଁ ସମସ୍ତ ଦାୟିତ୍ୱ ବିବାହ ଯୋଜନାକାରୀଙ୍କୁ ଦିଆଯାଇଛି। ବିବାହର ପୂର୍ବ ଦିନରୁ ତଥା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ଏପ୍ରିଲ ୧୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ଉଭୟ ପରିବାର ଏହି କାର୍ଯ୍ୟକୁ ପରିବାରରେ ସୀମିତ ରଖିବାକୁ ଚାହାଁନ୍ତି। ତେଣୁ ପରିବାର ସଦସ୍ୟ ଏବଂ ଆଲିଆ-ରଣବୀରର ଘନିଷ୍ଠ ବ୍ୟକ୍ତି ସମସ୍ତ ସଂଗୀତ- ମେହେନ୍ଦି ଏବଂ ହଲଦୀ ରୀତିନୀତିରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ମନୀଷ ମଲହୋତ୍ରା ଓ ସବ୍ୟସାଚୀଙ୍କ ଡିଜାଇନ୍‌ର ଲେହେଙ୍ଗା ପିନ୍ଧିବେ । ଏହି ସମସ୍ତ ସମାରୋହ ଆର.କେ ହାଉସରେ ଅନୁଷ୍ଠିତ ହେବ।

ଏହା ବ୍ୟତୀତ ଏହି ସମୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଆଉ ଏକ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଖବର ଆସିଥିଲା ​​ଯେ ଉଭୟ ବିବାହ ପରେ ତୁରନ୍ତ ସେମାନଙ୍କର ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ ଏବଂ ଏହି କାରଣରୁ ଉଭୟ ହନିମୁନ୍‌ରେ ଯାଇ ପାରିବେ ନାହିଁ। ଏବେ ଶୁଣିବାକୁ ମିଳୁଛି ଯେ ଏହି ଦମ୍ପତି ସ୍ୱିଜରଲ୍ୟାଣ୍ଡରେ ହନିମୁନ୍‌ ଯିବେ।

Related Posts