ବେଙ୍ଗାଲୁରୁ: ଟିକସ ଚୋରି ଅଭିଯୋଗରେ ବୁଧବାର ବେଙ୍ଗାଲୁରୁ ସ୍ଥିତ ଫାର୍ମା କମ୍ପାନି ମାଇକ୍ରୋ ଲ୍ୟାବ ଲିମିଟେଡ୍ ପରିସରରେ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଛି । ମାଇକ୍ରୋ ଲ୍ୟାବ ଲିମିଟେଡ୍ ଡୋଲୋ-୬୫୦ ଟାବଲେଟ୍ ନିର୍ମାଣ କରିଥାଏ ।
ଉଲ୍ଲେଖଯୋଗ୍ୟ ଯେ, ଡୋଲୋ-୬୫୦ ଟାବଲେଟକୁ ଗତ ଦୁଇ ବର୍ଷରେ କରୋନା ରୋଗୀ ବେଶି ବ୍ୟବହାର କରୁଛନ୍ତି ।
ଅଧିକାରୀ କହିଛନ୍ତି, ଆୟକର ବିଭାଗର ଯାଞ୍ଚ ବେଳେ କମ୍ପାନିର ଆର୍ଥିକ ଦସ୍ତାବିଜ, ବାଲାନ୍ସ ସିଟ୍ ଏବଂ ବିଜନେସ ଡିଷ୍ଟ୍ରିବ୍ୟୁଟର ନେଟୱାର୍କକୁ ଦେଖିଥିଲା। ସେ କହିଥିଲେ, ଚଢଉ ବେଳେ କମ୍ପାନିର ଅନ୍ୟ ସହର ସ୍ଥିତ ଅଫିସ ଏବଂ ଏହାର ବିତରକଙ୍କ ଠିକଣାରେ ମଧ୍ୟ ଚଢଉ କରାଯାଇଥିଲା।
କମ୍ପାନି ୱେବସାଇଟ୍ ଅନୁସାରେ, ଏହା ଫାର୍ମାସ୍ୟୁଟିକଲ ଉତ୍ପାଦ ଏବଂ ଏପିଆଇ ଉତ୍ପାଦନ ଏବଂ ମାର୍କେଟିଂ କରିଥାଏ । ତେବେ କମ୍ପାନୀ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ଆସିବା ପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।
