ସ୍ୱାଧୀନତା ଦିବସ ଅବସରରେ ଆତଂକବାଦୀ ଆକ୍ରମଣ ଆଶଂକା: ଦିଲ୍ଲୀରୁ ୬ ଓ କୋଲ୍‌କାତାରୁ ଦୁଇ ଜଣ ବାଂଲାଦେଶ ନାଗରିକ ଗିରଫ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବ । ସ୍ବାଧିନତାର 75 ତମ ବର୍ଷ ପାଳନ କରିବ ଦେଶ ।ଏନେଇ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଥିଲା ବେଳେ, ସେପଟେ ଏହି ଅବସରରେ ଭାରତକୁ ଟାର୍ଗେଟ୍ କରିବାକୁ ଯୋଜନା ଜାରି ରଖିଛନ୍ତି ଆତଙ୍କବାଦୀ ସଂଗଠନ।

ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଗିତିବିଧି ହେଉଥିବା ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ଦିଲ୍ଲୀ ପୁଲିସ ଗୋଳାବାରୁଦ ଚୋରା ଚାଲଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେପଟେ କୋଲ୍‌କାତାରେ ଭିକ୍ଟୋରିଆଲ୍ ମେମୋରିଆଲ୍ ଉପରେ ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ଦୁଇ ଜଣଙ୍କ ବାଂଲାଦେଶ ନାଗରିକଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ପୂର୍ବ ରେଞ୍ଜର ଆସିଷ୍ଟାଣ୍ଟ ପୁଲିସ କମିଶନର ବିକ୍ରମଜିତ ସିଂହଙ୍କ ସୂଚନା ଅନୁସାରେ, ଏହି ଗୋଳାବାରୁଦ ସବୁ ଲକ୍ଷ୍ନୌକୁ ରପ୍ତାନୀ ହେବାର ଥିଲା। ବର୍ତ୍ତମାନ ମୀରଟ ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଅନୀଲ ଏହି ଘଟଣାରେ ସମ୍ପୃକ୍ତି ଥିବା ପୁଲିସ କହିଛି। ଉତ୍ତରଖାଣ୍ଡର ଡେରାଡୁନର ଗନ୍ ହାଉସ୍‌ ଓ ଜଉନପୁରର ଏକ ଘରୁ ଅନୀଲ ଏସବୁ ଏକାଠୀ କରିଥିଲା। ଏହି ଗନ୍‌ ହାଉସ୍‌ର ମାଲିକ ସହ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।

ଅଗଷ୍ଟ ୬ ତାରିଖରେ ଜଣେ ଅଟୋ ଡ୍ରାଇଭର ପୁଲିସକୁ ଦୁଇ ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଦୁଇଟି ବଡ଼ ବ୍ୟାଗ ଧରି ବୁଲୁଥିବାର ଦେଖି ଖବର ଦେଇଥିଲେ। ଖବର ପାଇ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ ଗୋଳାବାରୁଦ ଜବତ କରିଥିଲା। ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଶିଦ ଓ ଆଜମଲ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ପୁଲିସ ଗନ ହାଉସ୍ ମାଲିକ ପ୍ରକ୍‌ସିତ ନେଗୀକୁ ଗିରଫ କରିଥିଲା। ପ୍ରକ୍‌ସିତ ଅପରାଧିମାନଙ୍କୁ ମାରଣାସ୍ତ୍ର ଯୋଗାଏ ବୋଲି ପୁଲିସ ସୂଚନା ଦେଇଛି।

ସେପଟେ କୋଲକାତାରେ ଭିକ୍ଟୋରିଆଲ୍ ମେମୋରିଆଲ୍ ଉପରେ ଡ୍ରୋନ୍ ଉଡ଼ାଇ ଦୁଇଁ ବାଂଲାଦେଶ ନାଗରିକ ଗରିଫ ହୋଇଛନ୍ତି। ସୀମାରେ ମୁତୟନ ଥିବା ସିଆଇଏସ୍‌ଏଫ୍ ଅଫିସରଙ୍କ ସୂଚନା ଅନୁସାରେ ଏମାନଙ୍କୁ ଗିରଫ କରାଯାଇଛି। ଦୁଇଅଭିଯୁକ୍ତି ହେଲେ ମହମ୍ମଦ ଶିଫତ ଓ ମହମ୍ମଦ ଜିଲୁର ରହମାନ। ଉଭୟ ବାଂଲାଦେଶର ରାଜଶଶୀ ଜିଲ୍ଲାର ନାଗରିକ ବୋଲି ଜଣାପଡ଼ିଛି।

ସୂଚନା ଥାଉକି ଆଗକୁ ସ୍ୱାଧିନତା ଦିବସ ଥିବାରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ପେଟ୍ରୋଲିଂ କରି ଗାଡ଼ି ଚେକିଂ କରାଯାଉଛି। ଯେଉଁ ଗାଡ଼ି ଉପରେ ସନ୍ଦେହ କରାଯାଉଛି ସେଗୁଡ଼ିକୁ ଅଟକାଇ ଚେକ କରାଯାଉଛି। ଏହା ବାଦ୍ ସମସ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ମେଟ୍ରୋ ଷ୍ଟେସନ,ରେଳ ଷ୍ଟେସନ୍,ବିମାନବନ୍ଦର,ହୋଟେଲ ପାର୍କିଂ ଲଟ୍ସ, ଏବଂ ରେସ୍ତୋରାଁରେ ବି ଚେକିଂ ଜାରି ରହିଛି।

Related Posts