ଆରଏସଏସ ନେତା ଇଂନ୍ଦ୍ରେଶ କୁମାରଙ୍କ ବଡ ବୟାନ ! ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ଅଖଣ୍ଡ ଭାରତର ସ୍ୱପ୍ନ

rsss

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମୁସଲିମ ରାଷ୍ଟ୍ରୀୟ ମଞ୍ଚର ମାର୍ଗଦର୍ଶକ ଇଂନ୍ଦ୍ରେଶ କୁମାର ବଡ ବୟାନ ଦେଇଛନ୍ତି । ତେବେ ଖୁବ ଶୀଘ୍ର ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି । ଏହା କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ତାଙ୍କର ଚର୍ଚ୍ଚା ଜୋର ଧରିଛି । ଏହା ସହ ବାରମ୍ବାର ଆଭ୍ୟନ୍ତରୀଣ ଯୁଦ୍ଧର ସମ୍ମୁଖୀନ ହେଉଥିବା ପାକିସ୍ତାନର ଅନେକ ଖଣ୍ଡ ହେବ । ଏବଂ ଶେଷରେ ସବୁ ଖଣ୍ଡ ଆସି ଭାରତରେ ମିଶିବେ ବୋଲି ଇଂନ୍ଦ୍ରେଶ କୁମାର କୁମାର କହିଛନ୍ତି । ଅପରିପକ୍ଷେ ସେ ତୁର୍କମାନ ଫାଟକ ସମ୍ମୁଖରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ସହ ଏମଆରଏମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁସଲମାନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ ।

ଏଥିରେ ବହୁ ସଂଖ୍ୟକ ମହିଳା ଏବଂ ବାଳିକା ମଧ୍ୟ ଥିଲେ। ଏହି ଅବସରରେ ଇନ୍ଦ୍ରଶ କୁମାର ପରିବେଶର ସୁରକ୍ଷା, ଜଳ ସଂରକ୍ଷଣ ଏବଂ ମହିଳାମାନଙ୍କୁ ସମାନ ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି ଯେ ଯଦି ପରିବେଶ ସୁରକ୍ଷିତ ରହିବ ତାହାଲେ ଆମର ପରବର୍ତ୍ତୀ ପିଢି ମଧ୍ୟ ସୁରକ୍ଷିତ ରହିବେ । ତେଣୁ ଅଧିକ ଗଛ ଲଗାଇବା ଏବଂ ଜଳ ସଞ୍ଚୟ କରିବା ମଧ୍ୟ ଆବଶ୍ୟକ । ହିଂସାକୁ ନେଇ ମଧ୍ୟ ଇଂନ୍ଦ୍ରେଶ କୁମାର କହିଛନ୍ତି । ସେ କହିଛନ୍ତି ମଣିଷ କିମ୍ବା ପଶୁଙ୍କ ସହ ହିଂସା ବେଆଇନ ଅଟେ। ଏହା କୌଣସି ପ୍ରକାର ଯଥାର୍ଥ ହୋଇପାରିବ ନାହିଁ । ଏହା ଏକ ଚିନ୍ତାର ବିଷୟ ଯେ ଦେଶରେ ଏକ ବଡ଼ ବିଭାଗ ଦ୍ୱାରା ଗାଈ ବିରୁଦ୍ଧରେ ହିଂସା ହେଉଛି ।

ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ଉଚିତ୍ । ଏହି ଅବସରରେ ଆମୀର ନବାବ, ଇରଫାନ ମିର୍ଜା, ଶାକିର ହୁସେନ୍, ସୋନୁ ପେହଲୱାନ୍, ଭିନୀତ ଗୁପ୍ତା, ଚରଣ ସିଂ, ସାବୀର, ଶାହିନ୍ ସାଇନି, ଅମାତୁଲ ଏବଂ ଏମଆରଏମ ଡକ୍ଟର ଇମ୍ରାନ ଚୌଧୁରୀ ଏବଂ ତାଙ୍କ ସହ ରାଜ୍ୟ କନଭେନର ହଫିଜ ସାବ୍ରିନ ମଧ୍ୟ ଉପସ୍ଥିତ ଥିଲେ ।

Related Posts