ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟିଂ ବେଳେ ନକ୍ସଲଙ୍କ ହିଂସାକାଣ୍ଡ; ବୋମାରେ ଉଡ଼ାଇଲେ ପୋଲ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଏହି ସମୟରେ ନକ୍ସଲ ମାନେ ଗୁମଲା ଜିଲ୍ଲାର ବିଷ୍ନୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ନକ୍ସଲମାନେ ଗୋଟିଏ ପୋଲ ଉଡ଼ାଇ ଦେଇଛନ୍ତି। ହେଲେ କେହି ଆହତ କିମ୍ୱା ମୃତାହତ ହୋଇ ନାହାନ୍ତି। ଏହା ଦ୍ୱାରା ମତଦାନ ପ୍ରଭାବିତ ହୋଇନାହିଁ ବୋଲି ଗୁମଲା ଜିଲ୍ଲାର ଡେପୁଟି ପୁଲିସ କମିଶନର ଶଶି ରଞ୍ଜନ ପ୍ରତିକ୍ରିୟାରେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି କୁମ୍ୱିଂ ଅପରେସନ କରିଛି।

ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନରେ ୧୮୯ ପ୍ରାର୍ଥୀଙ୍କ ପାଇଁ ପାଖାପାଖି ୩୭, ୮୩, ୦୫୫ ଭୋଟର ମତଦାନ କରିବେ। ସେହିପରି ୭ ଡିସେମ୍ୱରରେ ୨୦ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୧୨ ଡିସେମ୍ୱରରେ ୧୭ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୬ ଡିସେମ୍ୱରରେ ୧୫ଟି ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଏବଂ ୨୦ ଡିସେମ୍ୱରରେ ୧୬ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ମତଦାନ ହେବ।

Related Posts