ଆଖିବୁଜିଲା ଆଉ ଏକ ଆନାକୋଣ୍ଡା: ନନ୍ଦନକାନନରେ ୩ ଦିନରେ ମଲେଣି ୨ଟି ଆନାକୋଣ୍ଡା

ଭୁବନେଶ୍ୱର: ନନ୍ଦନକାନନରେ ଆଖିବୁଜିଲା ଆଉ ଏକ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ତେବେ ଗତ ୩ ଦିନ ଭିତରେ ନନ୍ଦନକାନନରେ ୨ଟି ଆନାକୋଣ୍ଡା ଜୀବନ ହାରିଲେଣି । ଏବେ ଆଉ ୪ଟି ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ ଥିବା ବେଳେ ୪ ଅସୁସ୍ଥ ଆନାକୋଣ୍ଡା ସମେତ ନନ୍ଦନକାନନରେ ମୋଟ ୬ଟି ଆନାକୋଣ୍ଡା ଅଛନ୍ତି ।ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ କେନ୍ଦ୍ର ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୩ ଦିନ ଭିତରେ ୨ଟି ଆନାକୋଣ୍ଡାର ମୃତ୍ୟୁ ଘଟିଲାଣି ।

ତେବେ ଆନାକୋଣ୍ଡାର ମୃତ୍ୟୁର କାରଣର ଅସ୍ପଷ୍ଟ ରହିଛି । ଏହି ଆନାକୋଣ୍ଡାକୁ ଗତ ଅକ୍ଟୋବର ୨୨ରେ ତାମିଲନାଡୁର ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ଅଣାଯାଇଥିଲା ।ଏବେ ଜୀବିତ ୬ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଆନାକୋଣ୍ଡା ଅସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

Related Posts