ଭାରତ ଓ ପାକିସ୍ତାନକୁ ଚେତାବନୀ: ଆଗକୁ ହିଟ୍ ୱେଭ୍ ହୋଇପାରେ ପ୍ରାଣ ଘାତକ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ପାଇଁ ସତର୍କ ଘଣ୍ଟି । ଆଗାମୀ ଦିନରେ ଉଭୟ ଦେଶ ପାଇଁ ମାଡି ଆସୁଛି ବିପଦ। ଗତ ୨ ମାସ ହେଲା ଭାରତ ସମେତ ପାକିସ୍ତାନରେ ଦାଉ ସାଧୁଛି ଗ୍ରୀଷ୍ମ। ତେବେ ଏହି ଗ୍ରୀଷ୍ମର ପ୍ରକୋପ ଆହୁରି ବୃଦ୍ଧି ପାଇବ । ଏଥିରେ ବୈଜ୍ଞାନିକ ମାନେ ହିଟୱେଭ୍ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଉପରେ ବିପଦ ଘନେଇବା ନେଇ ଆଶଙ୍କା କରିବା ଏବେ ଚିନ୍ତାର କାରଣ ପାଲଟିଛି। ଏଥିରେ ଜଳବାୟୁ ପରିବର୍ତ୍ତନକୁ ରୋକା ନ ଗଲେ ପରିସ୍ଥିତି ଆହୁରି ଜଟିଳ ନ ହେବ ତାହା ଏବଠୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ଆଗକୁ ତାପମାତ୍ରା ହ୍ରାସର କୌଣସି ଲକ୍ଷଣ ଦେଖା ଯାଉନାହିଁ। ଏଣୁ ଦକ୍ଷିଣ ଏସିଆ ଦେଶମାନଙ୍କର ପରିସ୍ଥିତି ଅଧିକ ଗୁରୁତର ହେବ ବୋଲି ବୈଜ୍ଞାନିକ ସତର୍କ କରାଇଛନ୍ତି। ଆଗକୁ ଆହୁରି ଗରମ ଦିନ ବାକି ଅଛି। ଏଥିରେ ଗତ ମାର୍ଚ୍ଚ ଓ ଏପ୍ରିଲ ୨ ମାସରେ ଭାରତ ଓ ପାକିସ୍ତାନର ଅନୁନ୍ୟ ୧୦୦ କୋଟି ଲୋକେ ଝୁଲସିବା ଭଳି ୪୦ ଡିଗ୍ରି ସେଲସିୟସ୍‌ରେ ରହି ଆସୁଛନ୍ତି। ଜଳବାୟୁ ବିଜ୍ଞାନ ଅନୁସନ୍ଧାନ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବର୍କଲେ ଆର୍ଥ’ଙ୍କ ପ୍ରମୁଖ ବୈଜ୍ଞାନିକ ରବର୍ଟ ରୋଡେ ଏ ନେଇ ଏକ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ଆଗକୁ ହୁଏତ ହିଟ୍ ୱେଭ୍ ପ୍ରାଣ ଘାତକ ହୋଇପାରେ ବୋଲି ସତର୍କ କରିଛନ୍ତି।

ଏକ ଗବେଷଣାରେ ବୈଜ୍ଞାନିକମାନେ କହିଛନ୍ତି ଯେ ଗ୍ଲୋବାଲ ୱାର୍ମିଂ ନ ହେଲେ ମଧ୍ୟ ଦକ୍ଷିଣ ଏସିଆ ଏମିତିରେ ଗରମ ଥାଏ, ଯେମିତି ଭୂମିକମ୍ପ ଲାଗି କାଲିଫର୍ଣ୍ଣିଆ ଅଭ୍ୟସ୍ତ। ଏଥିରେ ଗତ ୨ ମାସରେ ଯେଉଁଭଳି ଗରମ ପଡିଥିଲା ଏଥିରୁ ଆଗକୁ ଯଦି ହିଟୱେଭ୍ ହୁଏ ତେବେ ହଜାର ହଜାର ଲୋକଙ୍କ ଜୀବନ ବିପଦରେ ପଡିଯାଇପାରେ ବୋଲି ଆଶଙ୍କା କରିଛନ୍ତି। ଏବେଠୁ ଯଦି ଜଳବାୟୁ ପରିବର୍ତ୍ତନକୁ ରୋକା ନ ଯାଏ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ମଧ୍ୟ ସତର୍କ କରାଇଛନ୍ତି।

ଭାରତର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ଅନୁସାରେ ଦେଶରେ ୧୯୮୦ ମସିହା ପରେ ଗରମ ପବନ ଯୋଗୁ ମୃତ୍ୟୁ ହାରରେ ଏପର୍ଯ୍ୟନ୍ତ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହେଲାଣି। ଏଥିରେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନଙ୍କ ମୁଖ୍ୟ ପେଟେରୀ ତାଲସ ଗରମର ସବୁଠୁ ଖରାପ ପ୍ରଭାବ କୃଷି, ଶକ୍ତି ଉତ୍ପାଦନ ଓ ପାଣି ଉପରେ ପଡୁଛି ବୋଲି କହିଛନ୍ତି। ଏହା ସହ ବାୟୁର ମାନ ହ୍ରାସ ହେଉଥିବା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଭୟ ମଧ୍ୟ ରହୁଛି ବୋଲି କହିଛନ୍ତି।

ଏଥିରେ ହାୱାଇ ବିଶ୍ୱବିଦ୍ୟାଳୟଙ୍କ ପ୍ରଫେସର କେମିଲୋ ମୋରା ଅଧିକାଂଶ ଲୋକଙ୍କୁ ଅତ୍ୟାଧିକ ଗରମ ଆଶ୍ଚର୍ଯ୍ୟ କରୁଛି। ହେଲେ ଆମ ଲାଗି ଏହା କୌଣସି ନୂଆ କଥା ନୁହେଁ। ପାଣିପାଗ ବୈଜ୍ଞାନିକମାନେ ଲଗାତାର ଏପରି ବିପତ୍ତିର ଚେତାବନୀ ଦେଇ ଆସୁଛନ୍ତି। ତେବେ ଦକ୍ଷିଣ ଏସିୟ ଅଞ୍ଚଳ ଓ ଅଧିକାଂଶ ଉଷ୍ଣକଟିବନ୍ଧୀୟ କ୍ଷେତ୍ର ହିଟୱେଭ ଲାଗି ସମ୍ବେଦନଶୀଳ ବୋଲି ସେ କହିଛନ୍ତି।

ଏକ ରିପୋର୍ଟ ଆଧାରରେ ପ୍ରଫେସର ମୋରା ଦାବି କରିଛନ୍ତି ଯେ ପ୍ୟାରୀସ ରାଜିନାମା ଅନୁସାରେ ଗ୍ଲୋବାଲ ୱାର୍ମିଂକୁ ୨ ଡିଗ୍ରି ସେଲସିୟସ୍ ହ୍ରାସ କରାଯାଇଥିଲେ ବି ୨୧୦୦ ବେଳକୁ ପ୍ରତିବର୍ଷ ବିଶ୍ୱର ଅର୍ଦ୍ଧାଧିକ ଜନସଂଖ୍ୟା ଅନୁନ୍ୟ ୨୦ ଦିନ ଅଥବା ଅଧିକ ସମୟ ପର୍ଯ୍ୟନ୍ତ ପ୍ରାଣଘାତକ ଗରମରେ ସନ୍ତୁଳି ହେଉଥିବେ। ସେହିପରି ଇମ୍ପେରିଆଲ କଲେଜର ଗବେଷକ ମେରିୟନ ଜକାରିଆ ଆଜିର ମାନବୀୟ ଗତିବିଦ୍ଧି ପୂର୍ବରୁ ଭାରତରେ ପ୍ରତି ୫୦ ବର୍ଷରେ ଥରେ ଏପରି ଗରମ ଅନୁଭୂତ ହେଉଥିଲା ବୋଲି କହିଛନ୍ତି।

Related Posts