ଭୁବନେଶ୍ୱରରେ ପହଁଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ପହଁଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ସେମାନେ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆସି ପହଁଚିଥିଲେ । ସେଠାରୁ ଖେଳାଳି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫାୟାର ଯାଇଛନ୍ତି । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯିବ । ତେବେ ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ରହଣି ପାଇଁ ମେ ଫେୟାର ପ୍ରସ୍ତୁତ ରହିଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ। ଖେଳାଳି ପହଁଚିବା ପୂର୍ବରୁ ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ୟ୍ୟନ୍ତ ନିଆଯିବ ସେ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିଲେ ।

ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ମୁତୟନ ହୋଇଛନ୍ତି ପୋଲିସ । ସେହିପରି ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ପ୍ଲେୟାର ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚି ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

Related Posts