ମ୍ୟାଲେରିଆ ନିରାକରଣରେ ଭାରତ ଶୀର୍ଷରେ, ଓଡ଼ିଶା ସବୁଠୁ ଆଗରେ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ମ୍ୟାଲେରିଆ ନିରାକରଣ ଦିଗରେ ଭାରତକୁ ମିଳିଛି ବଡ଼ ସଫଳତା । 2016-17 ମଧ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁ ହାର 24 ପ୍ରତିଶତ କମିଛି । ଏ ନେଇ ରିପୋର୍ଟ ପ୍ରକାଶ କରିଛି ଓ୍ବାର୍ଲଡ ହେଲଥ ଅର୍ଗାନାଇଜେସନ୍‌ (WHO) । ରିପୋର୍ଟ ଅନୁସାରେ, ଭାରତ ହେଉଛି ଏକମାତ୍ର ଦେଶ, ଯିଏ ମ୍ୟାଲେରିଆ ନିରାକରଣ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ।

2017ରେ ଦେଶରେ ମ୍ୟାଲେରିଆରେ 194 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2016ରେ 331 ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା 2 ଲକ୍ଷ 76 ହଜାର 488 ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 29 ଜଣଙ୍କର ମୃତ୍ୟୁ ହୋଇଛି ।

ସାରା ବିଶ୍ବରେ 2017ରେ ମୋଟ 2,19,000,000 ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ 4 ଲକ୍ଷ 35 ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ୧୧ଟି ଦେଶରେ 70{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ମ୍ୟାଲେରିଆ ରୋଗୀ ଅଛନ୍ତି । ସେହିସବୁ ଦେଶଗୁଡିକ ମଧ୍ୟରେ ଆଫ୍ରିକାର ୧୦ଟି ଦେଶ ଅଛନ୍ତି । ସେଥିମଧ୍ୟରୁ ଏସିଆ ମହାଦେଶର ଭାରତ ଅନ୍ୟତମ ।

ତେବେ ମ୍ୟାଲେରିଆ ଦୂରୀକରଣରେ ସବୁ ରାଜ୍ୟ ମଧ୍ୟରେ ଓଡ଼ିଶା ସବୁଠୁ ଭଲ ପ୍ରଦର୍ଶନ କରିଛି । 2017 (ଜାନୁୟାରୀ -ସେପ୍ଟେମ୍ବର)ରେ ୩ ଲକ୍ଷ ୨୩ ହଜାର ୮୦୦ ଜଣ ମ୍ୟାଲେରିଆରେ ପୀଡିତ ହୋଇଥିବା ବେଳେ 2018ରେ ସେହି ସମୟ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 55 ହଜାର 365କୁ ଖସିଆସିଛି ।

ଆମ ଦେଶରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ମ୍ୟାଲେରିଆ ପ୍ରବଣ ରାଜ୍ୟ । କିନ୍ତୁ ଏବେ ଏହି ରାଜ୍ୟ ଗୁଡିକରୁ ଲଗାତର ଭାବରେ ମ୍ୟାଲେରିଆ ରୋଗୀ କମ୍‌ ହେଉଛନ୍ତି ।

ଚୀନ୍‌ ଓ ସାଲ୍‌ଭାଡର ବିଶ୍ବର ଦୁଇଟି ଦେଶ ଯେଉଁଠାରେ 2017 ମସିହାରେ ଆଦୌ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ତେବେ ୨୦୧୮ରେ ପାରାଗୁଏ ମ୍ୟାଲେରିଆମୁକ୍ତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ ପ୍ରକାଶ କରିଛି ।

Related Posts