ଏହି ଦେଶରେ 61 ପଇସାରେ ମିଳେ ଏକ ଲିଟର ପେଟ୍ରୋଲ୍‌, ଭାରତଠାରୁ ଖୁବ୍‌ ଶସ୍ତାରେ ବହୁ ଦେଶରେ ମିଳେ ତେଲ

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଲିଟର ପିଛା 76.71 ଟଙ୍କା ରହିଛି । ଗତ କିଛି ଦିନ ହେଲା ତୈଳ ଦର କମୁଛି । ଯାହା ପରେ ପେଟ୍ରୋଲ୍‌ ମୂଲ୍ୟ ଲିଟର ପିଛା ପ୍ରାୟ 6 ଟଙ୍କା କମିଯାଇଛି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ବରେ ଏମିତି କେତେକ ଦେଶ ଅଛନ୍ତି, ଯେଉଁଠାରେ ଏକ ଟଙ୍କାରୁ ବି କମ୍‌ ମୂଲ୍ୟରେ ବି ପେଟ୍ରୋଲ୍‌ ବିକ୍ରି ହୁଏ ।

1. ଭେନେଜୁଏଲାରେ ଲିଟର ପିଛା ମାତ୍ର 61 ପଇସାରେ ପେଟ୍ରୋଲ୍‌ ମିଳେ । (ଏହି ପରିସଂଖ୍ୟାନ ଗ୍ଲୋବାଲ୍‌ ପେଟ୍ରୋଲ୍‌ ପ୍ରାଇସ୍‌ ଡଟ୍‌ କମ୍‌ ୱେବ୍‌ସାଇଟ୍‌ରୁ ମିଳିଛି)

2. ସୁଡାନରେ ମାତ୍ର 9 ଟଙ୍କା 32 ପଇସାରେ ଏକ ଲିଟର ପେଟ୍ରୋଲ୍‌ ମିଳେ ।

3 . ଇରାନ୍‌ରେ ତେଲର ପର୍ଯ୍ୟାପ୍ତ ଭଣ୍ଡାର ଅଛି । ସେଠାରେ 20 ଟଙ୍କା 50 ପଇସାରେ ଏକ ଲିଟର ପେଟ୍ରୋଲ୍‌ ମିଳେ । ଇରାନ୍‌ ବିଶ୍ବର ବହୁ ଦେଶକୁ ତୈଳ ରପ୍ତାନୀ କରେ ।

4. କୁଏତ୍‌ରେ ଏକ ଲିଟର ପେଟ୍ରୋଲ୍‌ର ଦାମ 24 ଟଙ୍କା 82 ପଇସା । ଏହି ଦେଶ ନିଜ ଆବଶ୍ୟକତାରୁ ଅଧିକ ତୈଳ ଉତ୍ପାଦନ କରିଥାଏ ।

5. ଆଲଜେରିଆରେ ଏକ ଲିଟର ପେଟ୍ରୋଲ୍‌ର ଦାମ 25 ଟଙ୍କା 54 ପଇସା ।

6. ଇକ୍ବେଡରରେ ଏକ ଲିଟର ପେଟ୍ରୋଲ୍‌ର ମୂଲ୍ୟ 28 ଟଙ୍କା 12 ପଇସା ।

7 . ନାଇଜେରିଆରେ ଆପଣ 28 ଟଙ୍କା 14 ପଇସା ଦେଇ ଆପଣ ଏକ ଲିଟର ପେଟ୍ରୋଲ୍‌ କିଣିପାରିବେ ।

8. ତୁର୍କମେନିସ୍ତାନରେ ଆପଣଙ୍କୁ ଏକ ଲିଟର ପେଟ୍ରୋଲ୍‌ ପାଇଁ 30 ଟଙ୍କା 74 ପଇସା ଦେବାକୁ ପଡ଼ିବ ।

9. ଇଜିପ୍ଟରେ 31 ଟଙ୍କା 12 ପଇସା ଦେଇ ଏକ ଲିଟର ପେଟ୍ରୋଲ୍‌ କିଣା ଯାଇପାରିବ ।

10. କାଜାକିସ୍ତାନରେ ଏକ ଲିଟର ପେଟ୍ରୋଲ୍‌ର ଦାମ 35 ଟଙ୍କା 01 ପଇସା ଅଛି ।

Related Posts