ଆପଣ ବି ପାଇପାରିବେ ମାଗଣାରେ 5 ଲିଟର ପେଟ୍ରୋଲ, ଜାଣନ୍ତୁ ଉପାୟ

ସାରା ଦେଶରେ ପେଟ୍ରୋଲ୍‌-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ଚିନ୍ତା । ଏମିତିରେ ଆପଣ ଏବେ ସହଜରେ ମାତ୍ର 100 ଟଙ୍କାର ପେଟ୍ରୋଲ୍‌ କିଣି 5 ଲିଟର ମାଗଣାରେ ପାଇପାରିବେ । ସରକାରୀ ତେଲ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ ସାରା ଦେଶରେ ଏକ ନୂଆ ଅଫର ଲଞ୍ଚ୍‌ କରିଛି । କ୍ୟାସ୍‌ଲେସ୍‌ ଟ୍ରାନ୍‌ଜାକ୍ସନ୍‌କୁ ପ୍ରୋତ୍ସାହିତ କରିବାକୁ କମ୍ପାନୀ ପକ୍ଷରୁ ଏହି ନୂଆ ଅଫର୍‌ ଆରମ୍ଭ କରାଯାଇଛି ।

କେବଳ କରିବାକୁ ହେବ ଏହି କାମ

ଆପଣ ଇଣ୍ଡିଆନ୍‌ ଅଏଲ୍‌ର ପେଟ୍ରୋଲ୍‌ ପମ୍ପ୍‌କୁ ଯାଇ ଅତି କମ୍‌ରେ 100 ଟଙ୍କାର ପେଟ୍ରୋଲ୍‌ କିଣିବେ । ଏଥିପାଇଁ ଆପଣଙ୍କୁ କ୍ୟାସ୍‌ରେ ନୁହେଁ ବରଂ ଭିମ୍‌ ଏସ୍‌ବିଆଇ ୟୁପିଆଇ ଆପ୍‌ ମାଧ୍ୟମରେ ପଇଠ କରିବାକୁ ହେବ । ଏହା ପରେ ଆପଣଙ୍କୁ 12 ଅଙ୍କ ବିଶିଷ୍ଟ ଏକ ଟ୍ରାନ୍‌ଜାକ୍ସନ ନମ୍ବର ଓ ତାରିଖକୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ 9222222084ରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପଠାଇବାକୁ ହେବ ।

ପ୍ରତିଦନ 10 ହଜାର ଲୋକ ହେବେ ବିଜେତା

ଇଣ୍ଡିଆନ୍‌ ଅଏଲ୍‌ ଓ ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ 10 ହଜାର ଲୋକ ବିଜେତା ହେବେ । କିନ୍ତୁ ଏହି ଅଫର କେବଳ ନଭେମ୍ବର 23 ପର୍ଯ୍ୟନ୍ତ ରହିବ । ଜଣେ ବ୍ୟକ୍ତି ଦିନରେ ଯେତେଥର ଚାହିଁବେ ସେତେଥର ପେଟ୍ରୋଲ୍‌ ଭରିପାରିବେ ।

ଆପଣ ଏହି ଅଫର ପାଇଁ ଚୟନ ହେଲେ ତେବେ ଆପଣଙ୍କୁ ଫୋନ୍‌ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ । ଏହି ଅଫର ବାବଦରେ ବିସ୍ତୃତ ଭାବେ ଜାଣିବା ପାଇଁ ଆପଣ .https://bank.sbi/portal/documents/37947/14561602/Cashback+Offer+at+Indian+Oil+outlets.pdf/87b1c857-0ccc-410f-9046-fbefe675b0b6  କୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ ।

Related Posts