ଭାରତ-ବାଂଲାଦେଶ ଦ୍ଵିତୀୟ ଟେଷ୍ଟ; ଟସ୍ ଜିତି ବ୍ୟାଟିଂ କରୁଛି ବାଂଲାଦେଶ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ବାଂଲାଦେଶର ଢାକା ଅନ୍ତର୍ଗତ ମିର୍‌ପୁରରେ ଥିବା ‘ଶେର୍‌-ଏ-ବାଂଲା ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌’ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ତେବେ ଆଜି ଖେଳର ପ୍ରଥମ ଦିନରେ ଟସ୍‌ ଜିଣିବା ପରେ ପ୍ରଥମେ ବାଂଲାଦେଶ ବ୍ୟାଟିଙ୍ଗ୍‌ ଆରମ୍ଭ କରିଛି।

ବାଂଲାଦେଶ ତରଫରୁ ଓପେନର୍‌ ଭାବେ ଖେଳୁଛନ୍ତି, ନାଜମୁଲ୍‌ ହୋସେନ୍‌ ଶାନ୍ତୋ ଓ ଜାକିର୍‌ ହସନ୍‌।ସେମାନଙ୍କୁ ବୋଲିଙ୍ଗ୍‌ କରୁଛନ୍ତି ଭାରତର ମହମ୍ମଦ୍‌ ସିରାଜ୍‌, ଉମେଶ ଯାଦବ,ରବିଚନ୍ଦ୍ରନ୍ ଅଶ୍ବିନ୍‌ ଓ ଜୟଦେବ ଉନାଦକଟ। ସଦ୍ୟତମ ସୂଚନା ଅନୁସାରେ, ୧୩.୦ ଓଭର୍‌ରେ କୌଣସି ୱିକେଟ୍‌ ନ ହରାଇ ବାଂଲାଦେଶ ୩୭ ରନ୍‌ ସଂଗ୍ରହ କରିଛି।

ଉମେଶ ଯାଦବଙ୍କ ବଲ୍‌ରେ ଫାଇନ୍‌ ଲେଗ୍‌ରେ ମହମ୍ମଦ୍‌ ସିରାଜ ଜାକିର୍‌ ହସନ୍‌ଙ୍କ କ୍ୟାଚ୍‌ ଧରିବାକୁ ଯାଇ ବିଫଳ ହେବା ସହ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ଆଘାତ ଲାଗିଛି।

ସେପଟେ ଟସ୍ ଜିତିବା ପରେ ବାଂଲାଦେଶୀ ଅଧିନାୟକ ଶକିବ୍‌ ଅଲ୍‌ ହସନ୍‌ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ପ୍ରଥମ ୨ଘଣ୍ଟା ଆମ ପାଇଁ ଚାଲେଞ୍ଜ୍‌। ସେତିକ ଜଗି ଦେଲେ ଆମେ ଭଲ ରନ୍‌ ସଂଗ୍ରହ କରିପାରିବୁ। ଏଠାରେ ଦ୍ରୁତଗାମୀ ବୋଲର୍‌ମାନେ ଭଲ ବୋଲିଙ୍ଗ୍‌ କରନ୍ତି। କିନ୍ତୁ, ଏଇ ଜାଗା ସାଧାରଣତଃ ବ୍ୟାଟିଙ୍ଗ୍‌ ପାଇଁ ଭଲ।

ବାଂଲାଦେଶ ଟିମ୍‌ରେ ଖେଳୁଛନ୍ତି: ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ଜାକିର୍‌ ହସନ୍‌, ମୋନିନୁଲ୍‌ ହକ୍‌, ଲିଟ୍ଟନ୍‌ ଦାସ, ମୁଶ୍‌ଫିକର୍‌ ରହିମ୍‌, ଶକିବ୍‌ ଅଲ୍‌ ହସନ୍‌ (ଅଧିନାୟକ), ନୁରୁଲ୍ ହସନ୍‌ (ୱିକେଟ୍‌ ରକ୍ଷକ), ମେହିଦୀ ହସନ୍‌ ମିର୍ଜା, ତୈଜୁଲ୍‌ ଇସ୍‌ଲାମ୍‌, ଖାଲେଦ୍‌ ଅହମଦ୍‌, ଓ ତାସ୍କିନ୍‌ ଅହମଦ୍।

ଭାରତୀୟ ଟିମ୍‌ରେ ଖେଳୁଛନ୍ତି: କେ. ଏଲ୍‌. ରାହୁଲ୍‌ (ଅଧିନାୟକ), ଶୁବମନ୍‌ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ଶ୍ରେୟସ୍‌ ଆୟର୍‌, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ୍ ଅଶ୍ବିନ୍‌, ଜୟଦେବ ଉନାଦକଟ, ଉମେଶ ଯାଦବ ଓ ମହମ୍ମଦ ସିରାଜ।

Related Posts