ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା, ଭାରତକୁ ଉସ୍ କାଇବାକୁ ଚେଷ୍ଟା କରୁଛି ଚାଇନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ ଉଡ଼ୁଥିବାର ଦେଖିବାକୁ ମିଳିଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି। ଗତ ତିନି-ଚାରି ସପ୍ତାହ ମଧ୍ୟରେ ଏହା ଅନେକ ଥର ଘଟିଛି।ସୀମାରେ ଭାରତୀୟ ସେନା ନିୟୋଜନ ଉପରେ ନଜର ରଖିବା ସେମାନଙ୍କର ଉଦ୍ଦେଶ୍ୟ ହୋଇପାରେ ବୋଲି କୁହାଯାଉଛି। ତେବେ ଭାରତୀୟ ବାୟୁସେନା ଏଲ୍‌ଏସି ଉପରେ ଚାଇନା ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

ସୂଚନାନୁସାରେ, ଜେ-୧୧ ସମେତ ଅନେକ ଚାଇନା ଯୁଦ୍ଧ ବିମାନ ଏଲ୍‌ଏସି ନିକଟରେ ଉଡୁଛି। ଏହାର ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ଦୃଢ ପଦକ୍ଷେପ ନେଇଛି ଏବଂ ମିଗ-୨୯ ଏବଂ ମିରାଜ ୨୦୦୦ ସମେତ ଏହାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନକୁ ଫରୱାର୍ଡ ବେସରେ ନିୟୋଜିତ କରିଛି। ନିକଟରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ପ୍ୟାଙ୍ଗୋଙ୍ଗ ହ୍ରଦ ନିକଟରେ ସାମରିକ ଅଭ୍ୟାସ କରିଥିଲା। ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ପରେ ଏଭଳି କାର୍ଯ୍ୟ ଚାଇନାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।

Related Posts