ଆଜି ଠାରୁ ୨ ଦିନ ଭାରତ ବନ୍ଦ; ଜାତୀୟ ରାଜପଥ ସହ ରେଳରୋକ କଲେ ଆନ୍ଦୋଳନକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ୨ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ତେବେ ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ବନ୍ଦ ଡାକରା ଦିଅଯାଇଛି। ଆଜି ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ ସହ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ସିଆଇଟିୟୁ କର୍ମକର୍ତ୍ତା ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ନାରାବାଜୀ ସହ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ।

୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନର ବନ୍ଦ ଡାକରାରେ ବ୍ୟାଙ୍କ ୟୁନିୟନ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଏଥିସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

Related Posts