ଦୁଇ ଦିନ ଭାରତ ବନ୍ଦ ପାଇଁ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ଟେଡ ୟୁନିୟନ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ଏହାର ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ । ସେହିପରି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଭାରତ ବନ୍ଦ ଡାକରା ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ପାଇଁ ନୋଟିସ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ଆଜି ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ପର‌୍ୟ୍ୟାୟରେ ସମୟ ଧାର‌୍ୟ୍ୟ କରାଯିବ ।ସେହିପରି ଆଜି ଏବଂ ଆସନ୍ତାକାଲି ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

Related Posts