ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼; ଯୁବକ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ । ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ପାଦରେ ବାଜିଛି ଗୁଳି । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଗତକାଲି ବିଳମ୍ବିତ ରାତିରେ ୨ ଜଣ ଯୁବକ ଏକ ଇନୋଭାରେ ତେଲ ପକାବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ସେମାନଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ଘଟଣା ଉଗ୍ର ରୂପ ନେବାରୁ ସେମାନେ କିଛି ସ୍ଥାନୀୟ ଯୁବକଙ୍କୁ ଡକାଇ ଥିଲେ । ଏହାପରେ ଉତ୍ତେଜନା କ୍ରମଶଃ ବଢ଼ିବାରୁ ଜଣେ ଉତ୍ତ୍ୟକ୍ତ ଯୁବକ ଗୁଳିମାଡ଼ କରିଥିଲେ। ଫଳରେ ଗୁଳିଟି ଜଣେ ଯୁବକଙ୍କ ପାତରେ ବାଜିଥିଲା। ସେପଟେ ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗିଛି ପ୍ରବଳ ଗହଳି । ଘଣ୍ଟା ଘଣ୍ଟା ଧରି ଲାଇନରେ ରହି ଗାଡ଼ିରେ ତେଲ ପକାଉଛନ୍ତି ଲୋକେ । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts