ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଲା ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଲା ଭାରତ । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ଭାରତ ଡିଜେଲ ପଠାଇଥିବାର କଥା ସାମ୍ନାକୁ ଆସିଛି । ଏନେଇ ସିଲୋନ୍ ପେଟ୍ରୋଲିୟମ୍ କର୍ପୋରେସନର ଅଧ୍ୟକ୍ଷ ସୁମିତ ବିଜେସିଙ୍ଘେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଆଜି ସନ୍ଧ୍ୟାରେ ଏହି ଡିଜେଲ୍ ଶ୍ରୀଲଙ୍କାର ବିଭିନ୍ନ ‘ଫୁଏଲ୍ ଷ୍ଟେସନ୍’ଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେପଟେ ସମପରିମାଣର ଚାଉଳ ମଧ୍ୟ ଶ୍ରୀଲଙ୍କାକୁ ପଠାଇବା ପାଇଁ ଭାରତ ସରକାର ପ୍ରସ୍ତୁତ କରି ରଖିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଗତ ମାସରେ ଦୁଇ ଦେଶ ସ୍ବାକ୍ଷର କରିଥିବା ୧ ବିଲିୟନ୍ ଡଲାର୍ ଋଣ ଚୁକ୍ତି ପରଠାରୁ ଏହା ହେଉଛି ଶ୍ରୀଲଙ୍କା ପାଇଁ ଭାରତର ପ୍ରଥମ ପ୍ରମୁଖ ଖାଦ୍ୟ ସହାୟତା। ଶ୍ରୀଲଙ୍କାରେ ପ୍ରାୟ ବର୍ଷକ ମଧ୍ୟରେ ୨ଗୁଣା ହୋଇଯାଇଥିବା ଚାଉଳ ମୂଲ୍ୟ ହ୍ରାସ କରାଇବାରେ ଭାରତର ଚାଉଳ ସେଠାକାର ସରକାରଙ୍କୁ ସାହାଯ୍ୟ କରିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts