ଏଫଆଇଏଚ୍ ହକି : ସେମିଫାଇନାଲରେ ଭାରତ

ସତ୍ୟପାଠ ବ୍ୟୁରୋ : ଏଫଆଇଏଚ୍ ହକି ସେମି-ଫାଇନାଲରେ ପ୍ରବେଶ କରିଛି ଭାରତ । ଉଜବେକିସ୍ତାନକୁ ହରାଇ ଗ୍ରୁପ ଏରୁ ଭାରତ ସିଧାସଳଖ ସେମି ଫାଇନାଲରେ ସ୍ଥାନ ପାଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଭାରତର ବଳିଷ୍ଠ ପ୍ରଦର୍ଶନ ଏହି ସଫଳତା ଦେଇଛି ।

ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତ ୭ଟି ଗୋଲ ଦେଇଥିବା ବେଳେ ଅନ୍ୟ ତିନିଟି ଗୋଲ ଶେଷ କ୍ୱାର୍ଟରରେ ଦେଇଥିଲା । ଏହି କ୍ରମରେ ଉଜବେକିସ୍ତାନକୁ ୧୦-୦ଗୋଲରେ ପରାସ୍ତ କରିଛି ଭାରତ । ତେବେ ଅନ୍ୟ ଦୁଇଟି ମ୍ୟାଚରେ ସାଉଥଆଫ୍ରିକା ମେକ୍ସିକୋକୁ ୬-୦ ଗୋଲରେ ପରାସ୍ତ କରିଥିବା ବେଳେ ଜାପାନ ଏବଂ ୟୂୁଏସଏ ମଧ୍ୟରେ ହୋଇଥିବା ମ୍ୟାଚ୍ ୨-୨ ରେ ଡ୍ର ରହିଛି । ଆସନ୍ତା ୧୨ ତାରଖ ଦିନ କ୍ରସ ଓଭର ମ୍ୟାଚରେ ବିଭିନ୍ନ ଦଳ ସାମିଲ ହେବେ ।

Related Posts