ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫନୀ ସହାୟତା ମାଗିଲେ

ସତ୍ୟପାଠ ବ୍ୟୁରୋ : ଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଏହା ଉଭୟଙ୍କ ପାଇଁ ପ୍ରଥମ ଭେଟଘାଟ ଥିଲା । ତେବେ ଫନୀ କ୍ଷୟକ୍ଷତି ଓ କେନ୍ଦ୍ରୀୟ ସହାୟତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ମୋଦିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଛନ୍ତି ଯେ, ଫନୀ କ୍ଷୟକ୍ଷତି ନେଇ ସେ କେନ୍ଦ୍ରୀୟ ସହାୟତା ଦାବୀ କରିଛନ୍ତି । ୫ହଜାର କୋଟି ଆର୍ଥିକ ସହାୟତା ସହ ଫନୀ ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି । ଏହାସହ କୋଇଲା ରୟାଲଟି ସଂଶୋଧନ କରିବା ପାଇଁ ମଧ୍ୟ ଦାବୀ କରିଥିବା କହିଛନ୍ତି । ସେହିପରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ବି ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଯୋଜନା କି ବିଜେଡିରୁ ଉପବାଚସ୍ପତି ହେବା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନଥିବା ନବୀନ ସ୍ପଷ୍ଟ କରିଛନ୍ତି ।

Related Posts