୮୨ ସ୍କୁଲକୁ କାରଣଦର୍ଶାଅ ନୋଟିସ

ସତ୍ୟପାଠ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଜିରୋ ରେଜଲ୍ଟ ରଖିଥିବା ସ୍କୁଲକୁ କାରଣ ଦର୍ଶାଅ ନୋଟିଓ ହୋଇଛି । ୮୨ଟି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହି ନୋଟିସ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଆଧାରରେ ମାଧ୍ୟମିକ ଶିକ୍ଷା ପରିଷଦ ଉନନିର୍ଦ୍ଦେଶିକା ସିପ୍ରା ନାୟକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଶୂନ ରେଜଲ୍ଟ କରିଥିବା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କାହିଁକି ଚାକିରିରୁ ନିଲମ୍ବନ କରା ନଯିବ ? ଅନୁଦାନପ୍ରପ୍ତ ବିଦ୍ୟାଳୟ କ୍ଷେତ୍ରରେ କାହିଁକି ବିଦ୍ୟାଳୟର ଅନୁଦାନ ପ୍ରତ୍ୟାହାରା କରା ନ ଯିବ ? ଏଥିସହ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟ ଅନୁଦାନର ୫୦ ପ୍ରତିଶତରୁ କମ୍ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଓ କାହିଁକି ସେମାନଙ୍କ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରା ନ ଯିବ ସେନେଇ ଉତ୍ତର ମଗାଯାଇଛି ।

Related Posts