ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନିକିଆ; ୮ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରସାୟୀ ହୋଇଛି ନ୍ୟୁଜିଲାଣ୍ଡ ଦଳ। ରାୟପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ୮ ଓ୍ଵିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ କୁ ୨-୦ରେ ହାତେଇ ନେଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ନ୍ୟୁଜିଲାଣ୍ଡ ୩୪.୩ ଓଭରରେ ୧୦୮ ରନରେ ଅଲଆଉଟ୍ ହୋଇଥିଲା।

ଗ୍ଲେନ ଫିଲିପ୍ସ ସର୍ବାଧିକ ୩୬ ରନ କରିଥିବା ବେଳେ ମିଚେଲ୍ ସାଣ୍ଟନର ୨୭ ରନ କରିଥିଲେ। ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୧ ରନ ବଳରେ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁବମାନ ଗିଲ୍ ୩୬ ରନର ଅପରାଜିତ ପାଳି ଖେଳିଛନ୍ତି। ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

୧୦୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ଶର୍ମା ୫୦ ବଲ୍‌ରେ ୭ ଚୌକା ଏବଂ ୨ ଛକା ସହ ୫୧ ରନ କରିଥିଲେ। ବିରାଟ କୋହଲି ୧୧ ରନ କରି ବିଦାୟ ନେଇଥିଲେ। ଶୁବମାନ ଗିଲ୍ ୩୬ ରନ ଏବଂ ଇଶାନ କିଷନ ୮ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ଭାରତ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରିଛି।

Related Posts