ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ବାତିଲ ହୋଇଯାଇଛି। ବର୍ଷା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଦୁଇ ଟିମ୍‌ ଭିତରେ ଦ୍ବିତୀୟ ମ୍ୟାଚ୍ ୨୦ ନଭେମ୍ବରରେ ମାଉଣ୍ଟ ମାଉଗାନୁଇରେ ଖେଳାଯିବ। ଓ୍ବେଲିଂଟନ୍‌ରେ ପ୍ରବଳ ବର୍ଷା କାରଣରୁ ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ପ୍ରଥମ ଟି-୨୦କୁ ରଦ୍ଦ କରିଦିଆଯାଇଛି।

ବର୍ଷା କାରଣରୁ ଟସ୍‌ ମଧ୍ୟ ହୋଇପାରିନଥିଲା। ଏଭଳି ପରିସ୍ଥିତିରେ ଅମ୍ପାୟାରଙ୍କୁ ମ୍ୟାଚ୍‌ ରଦ୍ଦ କରିବାର ନିଷ୍ପତ୍ତି ନେବାକୁ ପଡିଥିଲା। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୪-୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ।

ଯଦିଓ କଟ୍ ଅଫ୍ ଟଇମ୍ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। କଟ ଅଫ୍ ଟାଇମ୍ ଭାରତୀୟ ସମୟ ଅନୁସାରେ ୨ଟା ୧୬ ମିନିଟ୍ ଥିଲା। ସେଭଳି ସକାଳ ୧୧ଟା ବେଳେ ଟସ୍ ହେବାର ଥିଲା, ଯାହାକି ହୋଇପାରିନଥିଲା। ମ୍ୟାଚ୍‌ ଆରମ୍ଭ ମଧ୍ୟାହ୍ନ ୧୨ଟାରୁ ହେବାର ଥିଲା। କିନ୍ତୁ ତାହା ମଧ୍ୟ ହୋଇପାରିନଥିଲା। ଦୁଇ ଟିମ୍‌ର କ୍ୟାପଟେନ୍‌ ହାତ ମିଳାଇ ମ୍ୟାଚ୍‌କୁ ରଦ୍ଦ କରିବାର ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ।

ଭାରତ ଓ ନ୍ୟୁଜିଲାଣ୍ଡ ଟିମ୍ ୨୦ ନଭେମ୍ବରରେ ସିରିଜ୍‌ର ଦ୍ବିତୀୟ ଟି-୨୦ରେ ସାମନା ସାମନି ହେବେ। ଏହି ମ୍ୟାଚ୍‌ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ। ସେଭଳି ତୃତୀୟ ମ୍ୟାଚ୍‌ ୨୨ ନଭେମ୍ବରରେ ଖେଳାଯିବ। ଏହାପରେ ୨୫ ନଭେମ୍ବରରେ ଓ୍ବାନଡେ ସିରିଜ ଆରମ୍ଭ ହେବ। ପ୍ରଥମ ଓ୍ବାନଡେ ଅକଲାଣ୍ଡ, ଦ୍ବିତୀୟ ଓ୍ବାନଡେ ୨୭ ନଭେମ୍ବରରେ ହାମିଲଟନ୍‌ରେ ଓ ତୃତୀୟ ଓ୍ବାନଡେ୍ ୩୦ ନଭେମ୍ବରରେ କ୍ରାଇଷ୍ଟଚର୍ଚରେ ଖେଳାଯିବ।

Related Posts