‘ବେ ଓଭାଲ୍‌’ରେ ବଡ଼ ଲଢ଼େଇ

ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଶନିବାର ଖେଳାଯିବ । ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ୍‌’ରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ବିରାଟ ସେନା ସିରିଜ୍‌ରେ ନିଜର ସ୍ଥିତି ମଜବୁତ କରିବାକୁ ମଇଦାନକୁ ଓହ୍ଲାଇବ ।

ନାପିଅରରେ ଦିନିକିଆ ସିରିଜ୍‌ର ଧମାକାଦାର ଆରମ୍ଭ କରିବା ପରେ ଟିମ୍‌ ଇଣ୍ଡିଆ, କିୱିଙ୍କୁ ଦ୍ବିତୀୟ ଦିନିକିଆରେ ବି ଚିତ୍‌ କରିବାକୁ ଅଣ୍ଟା ଭିଡ଼ି ସାରିଛି । ସିରିଜ୍‌ରେ ନିଜର ସ୍ଥିତି ମଜବୁତ୍‌ କରିବାକୁ ମାଉଣ୍ଟ ମାଉଙ୍ଗାନୁଇରେ ଝାଳ ବୁହାଇଛି ଟିମ୍‌ ଇଣ୍ଡିଆ । ଏବେ ଫୁଲ୍‌ ଫର୍ମରେ ଅଛନ୍ତି ବିରାଟ ବାହିନୀ । ବିଦେଶୀ ମାଟିରେ ଜିତିବାର ରହସ୍ୟ ବୁଝି ସାରିଛନ୍ତି । ଏମିତିରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ନୁହେଁ, ବରଂ କ୍ୟାପଟେନ୍‌ କୋହଲି ବି ନିଜ ସାଥୀଙ୍କୁ ନାପିଅରର ଧମାକାଦାର ପ୍ରଦର୍ଶନ ଦୋହରାଇବେ ବୋଲି ଆଶା ରଖିଛନ୍ତି ।

ଯଦିଓ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଗ୍ରାଉଣ୍ଡ ଭାରତ ପାଇଁ ନୂଆ । କାରଣ ଟିମ୍‌ ପୂର୍ବରୁ ଏଠାରେ ପ୍ରଥମ ଥର ଖେଳିବ ଦିନିକିଆ ମ୍ୟାଚ୍‌ । ଏମିତିରେ ଟିମ୍‌ର ପୁରା ଫୋକସ୍‌ ରହିବ ନିଜର ପ୍ରଦର୍ଶନ ଉପରେ ।

ବ୍ୟାଟିଂର କଥା କହିଲେ ପ୍ରଥମ ୱାନ୍‌ ଡେରେ ଟପ୍‌ ଅର୍ଡରରେ ରୋହିତ ଶର୍ମାଙ୍କୁ ଛାଡ଼ି ଶିଖର ଧୱନ୍‌, ବିରାଟ କୋହଲି ଓ ଅମ୍ବାତି ରାଇଡୁ ଟିମ୍‌କୁ ସହଜ ଲକ୍ଷ୍ୟ ପାର୍‌ ପହଞ୍ଚାଇଲେ ।

ଟିମ୍‌ର ବୋଲିଂକୁ ଦେଖିଲେ ବୁମ୍‌ରାଙ୍କ ଅନୁପସ୍ଥିତିରେ ବି ବିରାଟ ସେନା କିୱିଙ୍କ ଉପରେ ଖୁବ୍‌ କୋପ ବର୍ଷା କଲେ । ପେସ୍‌ ଆଟାକ୍‌ରେ ଭୁବନେଶ୍ବର ଓ ସାମି କିୱି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ରନ୍‌ ସଂଗ୍ରହ କରିବାକୁ ସୁଯୋଗ ଦେଲେ ନାହିଁ । ସ୍ପିନ୍‌ରେ ଯୁଜବେନ୍ଦ୍ର ଚହଲ ଓ ଚାଇନାମ୍ୟାନ୍‌ କୁଳଦୀପ ଯାଦବ ତ କିୱିଙ୍କୁ ଖୁବ୍‌ ଥକାଇଲେ । ସାମି, ଚହଲ ଓ କୁଲଦୀପଙ୍କ କମାଲ୍‌ ଫଳରେ ନାପିଅର ୱାନ୍‌ଡେରେ ଘରୋଇ ଦଳ ମାତ୍ର 156 ରନ୍‌ରେ ଅଲ୍‌ଆଉଟ୍‌ ହେଲା ଆଉ ଭାରତ ଆଗରେ ରହିଲା 157 ରନ୍‌ର ସହଜ ଲକ୍ଷ୍ୟ ।

ଘରୋଇ ଟିମ୍‌ର କଥା କହିଲେ, ୱିଲିୟମ୍‌ସନ ଏଣ୍ଡ କମ୍ପାନୀଙ୍କ ପାଇଁ ସିରିଜ୍‌କୁ ଫେରିବାକୁ ଭଲ ସୁଯୋଗ ଅଛି । ଯଦିଓ ବେ ଓଭାଲ୍‌ ଗ୍ରାଉଣ୍ଡରେ କିୱି ଟିମ୍‌ର ରେକର୍ଡ ଭଲ ନୁହେଁ, ତଥାପି ବିଜୟର ହାର ଫିପ୍ଟି ଫିପ୍ଟି ରହିଛି । ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଏଠାରେ ଏ ଯାଏଁ ମୋଟ 6ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରୁ 3ଟିରେ ତାକୁ ବିଜୟ ମିଳିଛି । 3 ଥର କିୱି ଟିମ୍‌କୁ ବିରୋଧୀଙ୍କ ହାତରୁ ପରାଜୟ ମିଳିଛି ।

ନାପିଅରରେ ଘରୋଇ ଟିମ୍‌ର ପ୍ରଦର୍ଶନ ଥିଲା ନୈରାଶ୍ୟ ଜନକ । ପ୍ରଥମ ୱାନ୍‌ ଡେରେ ନା ବ୍ୟାଟ୍‌ସମ୍ୟାନ୍‌ମାନେ ଦମ୍‌ ଦେଖାଇଲେ ନା ବୋଲରମାନେ ବିରାଟ ସେନାକୁ ରୋକି ପାରିଲେ । କିନ୍ତୁ ବେ ଓଭାଲ୍‌ରେ ଖେଳିବାରେ କିୱି ଖେଳାଳିଙ୍କର ରହିଛି ଅଧିକ ଅନୁଭୂତି ।

ମ୍ୟାଚ୍‌ରେ ଟସ୍‌ର ଭୂମିକା ମଧ୍ୟ ରହିବ ଗୁରୁତ୍ବପୂର୍ଣ୍ଣ । କିୱି ଟସ୍‌ ଜିତିଲେ ପ୍ରଥମେ ବ୍ୟାଟିଂ କରିବେ । କାରଣ ଘରୋଇ ଟିମ୍‌ ଏହି ପଡ଼ିଆରେ 3ଟି ମ୍ୟାଚ୍‌ ପ୍ରଥମେ ବ୍ୟାଟିଂ କରି ହିଁ ଜିତିଛି । ଯେଉଁଥିରେ ଚଳିତ ମାସ ଶ୍ରୀଲଙ୍କା ବିରୋଧରେ ଶେଷ ଦୁଇଟି ଦିନିକିଆ ମ୍ୟାଚ୍‌ ମଧ୍ୟ ସାମିଲ୍‌ ଅଛି ।

Related Posts